ମନୋରଞ୍ଜନ

ଗୁଳିକାଣ୍ଡ ଘଟଣାକୁ ଭୟ ନକରି ନିଜ କାମକୁ ପ୍ରଧାନ୍ୟ ଦେଇଛନ୍ତି ସଲମାନ – Kalinga News

[ad_1]

 ମୁମ୍ବାଇ: ବଲିଉଡ ସୁପରଷ୍ଟାରଙ୍କ ଘର ବାହାରେ ଏପ୍ରିଲ ୧୪ ତାରିଖ ଦିନ ଗୁଳି ଫୁଟାଇ କିଛି ଅଜଣା ଦୁର୍ବୃତ୍ତ ସଲମାନ ଖାନଙ୍କୁ ହତ୍ୟା କରିବାକୁ  ଉଦ୍ୟମ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ,ଗତରବିବାର ଦିନ ମୁମ୍ବାଇରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଅଜଣା ଦୁର୍ବୃତ୍ତ ୪.୫୦ ସମୟରେ ୫ରାଉଣ୍ଡ ଗୁଳି ଫୁଟାଇଥିଲେ। ଏଥିମଧ୍ୟରୁ ଗୋଟିଏ ଗୁଳି ତଳେ ପଡ଼ିଥିବା ବେଳେ ବାକି ୩ଟି କାନ୍ଥରେ ବାଜିଥିବା ବେଳେ ଆଉଗୋଟେ ଗୁଳି ବାଲକୋନିରେ ଲାଗିଥିବା ଜାଲ ଚିରି ଭିତରକୁ ପଶି ଯାଇଥିଲା। ଦୁଇଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର। ଯାହାଙ୍କ ନାମ ବିଶାଲ ରାହୁଲ ବୋଲି ଜଣାପଡ଼ିଛି। ପୁଲିସ ଦୁଇଜଣ ଗୁଲିମାଡ଼କାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୭ରେ ମାମଲା ରୁଜୁ କରିଛି।

ତେବେ ଏହି ଘଟଣାକୁ ନେଇ ସଲମାନ ବ୍ୟକ୍ତିଗତ ଭାବେ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଏହି ଗୁଳିକାଣ୍ଡ ଘଟଣା ସଲମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ସେ ତାଙ୍କ ଟିମକୁ ଜଣାଇ ଦେଇଛନ୍ତି କି ତାଙ୍କର କାମ ଯେମିତି ଚାଲିଥିଲା ଯେଉଁ ସମୟରେ ଚାଲିଥିଲା ସେହି ଅନୁଯାୟୀ ଚାଲିବ। କୌଣସି ସୁଟିଂ ବା ଯାତ୍ରାକୁ ବାତିଲ କରାଯିବ ନାହିଁ।

ଏହି ଗୁଳିକାଣ୍ଡ ଘଟଣାକୁ ନେଇ ସଲମାନ ଖାନଙ୍କ ବାପା ସଲିମ ଖାନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସଲମାନଙ୍କ ଘର ସାମ୍ନାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କାରଣ ଏହି ଘଟଣାରେ ଯେଉଁ ଗ୍ୟାଙ୍ଗଷ୍ଟର ସାମିଲ ଅଛନ୍ତି ସେମାନେ କେବଳ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଘଟଣା ଘଟାଇଛନ୍ତି। ସେମାନଙ୍କ ଭାବନା ଥିଲା କି ଏଭଳି ଗୁଳିକାଣ୍ଡରେ ସଲମାନ ଭୟଭୀତ ହୋଇ ଚୁପ ରହିଯିବେ। କିନ୍ତୁ ମୋ ପୁଅ ଏସବୁକୁ ଭୟ କରେନାହିଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button