ରେସ୍ତୋରାଁରୁ ଆରମ୍ଭ ହୋଇଥିଲା ଅମୀରାଙ୍କ ସହିତ ମୋର ପ୍ରେମ କାହାଣୀ… – Kalinga News

[ad_1]
ମୁମ୍ବାଇ: ରିୟାଲିଟି ସୋ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍ ଖବୁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅବଦୁ ରୋଜିକ୍ ଇନଷ୍ଟାଗ୍ରାମ ଜରିଆରେ ବିବାହ କରିବାକୁ ଯାଉଥିବାର ଖୁସି ଖବରକୁ ସମସ୍ତଙ୍କୁ ଜଣାଇଥିଲେ। ଏହାପରେ ଅବଦୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ କିଛିଲୋକ ତାଙ୍କ ଉଚ୍ଚତା ପାଇଁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଟ୍ରୋଲ କରୁଥିବା ଲୋକଙ୍କ ପାଇଁ ଅବଦୁ ଜବାବ ଦେଇ ଏକ ଭିଡିଓ ବି ପୋଷ୍ଟ କରିଛନ୍ତି।
ଅବଦୁ କହିଛନ୍ତି, ‘୧୯ବର୍ଷର ଅମୀରା ଯୁକ୍ତରାଷ୍ଟ୍ର ଆମେରିକାର ଅମିରାତିରେ ତାଙ୍କ ପରିବାର ସହିତ ବସବାସ କରନ୍ତି। ଅମୀରା ସମସ୍ତଙ୍କ ସହିତ ଖୁବ ସହଜରେ ମିଶି ଯାଆନ୍ତି ସେ ଜଣେ ଭଲ ମଣିଷ। ଆମ ଦୁହିଁଙ୍କ ଭେଟ ମୁମ୍ବାଇର ଇଟାଲିୟନ ରେସ୍ତୋରାଁରେ ହୋଇଥିଲା।
ସେଠାରେ ଆମେ ଦୁହେଁ ପ୍ରଥମଥର ପାଇଁ ପରସ୍ପର ସହିତ କଥା ହୋଇଥିଲୁ। କିଛି ସମୟର କଥା ହେବା ଭିତରେ ମୁଁ ଯେମିତି ଜୀବନସାଥୀଟିଏ ଚାହୁଁଥିଲି ଯେମିତି ଗୁଣ ଅମୀରାଙ୍କ ମଧ୍ୟରେ ରହିଥିଲା। ତେଣୁ ମନେମନେ ମୁଁ ଅମୀରାଙ୍କୁ ହିଁ ଜୀବନସାଥୀ କରିବି ବୋଲି ସ୍ଥିର କରି ଦେଇଥିଲି। କିଛିଦିନ କଥାବର୍ତ୍ତା ହେବା ପରେ ମୁଁ ଅମୀରାଙ୍କୁ ମୋ ମନର କଥା କହିବା ସହିତ ବିବାହ ପ୍ରସ୍ତାବ ଦେଇଥିଲି ସେ ବି ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେତେବେଳେ ବି ଅମୀରାଙ୍କ କଥା ଉଠେ ମୋତେ ତାଙ୍କର ପ୍ରଶଂସା କରିବାକୁ ଖୁବ ଭଲ ଲାଗିଥାଏ।
ଆସନ୍ତା ଜୁଲାଇ ମାସରେ ମୁଁ ଅମୀରାଙ୍କୁ ସମସ୍ତ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ କରିବି। ଏଥିପାଇଁ ଜୋରଦାର ପ୍ରସ୍ତୁତି ବି ଚାଲିଛି।’
[ad_2]