ମନୋରଞ୍ଜନ
Shree krushna ଙ୍କ ପରେ କୁଆଡେ ଗଲା ଭବ୍ୟ ସୁଦର୍ଶନ ଚକ୍ର ଜାଣନ୍ତୁ ଏହି ରହସ୍ୟ

ନମସ୍କାର ପାଠକ ବନ୍ଧୁ ଗଣ। ସୁଦର୍ଶନ ଚକ୍ର ପୌରାଣିକ କାଳ ରେ ଏମିତି ଏକ ଅସ୍ତ୍ର ଅଟେ ଯାହା ବିରୋଧୀ ର ପ୍ରତେକ ପାହର କୁ ବିଫଳ କରି ଦେଉ ଥିଲା ଏମିତି ଅସ୍ତ୍ର ଯାହା ଅବେଧ ଥିଲା ଯିଏ ନିଜ କାର୍ଯ୍ୟ ପୂରଣ କରି ସାରିବା ପରେ ହିଁ ଫେରୁ ଥିଲା ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଶସ୍ତ୍ର ଉଠେଇ ନ ଥିଲେ କାରଣ ସେ ଜାଣିଥିଲେ ଏହା ହେଲେ ତାଙ୍କ ସାମ୍ନା ରେ କେହି ଟିକିବେନି।
କୃଷ୍ଣ ଚାହୁଁ ଥିଲେ ଦୁଇ ପକ୍ଷ କୁ ବରା ବର ମଉକା ଦେବାକୁ ଚାହୁଁ ଥିଲେ। ଶ୍ରୀକୃଷ୍ଣ ଙ୍କ ପାଖରେ ଏମିତି ଏକ ଅସ୍ତ୍ର ଥିଲା ଯାହା ଯୁଦ୍ଧ କୁ କ୍ଷଣିକ ରେ ହିଁ ସମାପ୍ତି କରି ପାରିବେ ତାହା ହେଲା ସୁଦର୍ଶନ ଚକ୍ର ।
ଏହି ଚକ୍ର କୌଣସି ଜିନିଷ କୁ ଖତମ୍ କରିବାର କ୍ଷମତା ରଖି ଥାଏ। ଆଜି ଆପଣ ମାନେ ଜାଣିବେ କି ମହାଭାରତ ପରେ ସୁଦର୍ଶନ ଚକ୍ର ର କଣ ହେଲା ଓ ତାହା ଏବେ କୋଉଠି।
ଏହି ଚକ୍ର ର ନିର୍ମାଣ ପ୍ରଭୁ ଶିବ କରି ଥିଲେ ତା ପରେ ସେ ଭଗବାନ ବିଷ୍ଣୁ ଙ୍କୁ ଦେଈ ଥିଲେ । ମହାଭାରତ ଯୁଦ୍ଧରେ ସୁଦର୍ଶନ ଚକ୍ର ବ୍ରହ୍ମାସ୍ତ୍ର ସଙ୍ଗେ ସମାନ ଥିଲା
କିନ୍ତୁ ଏହା ବ୍ରହ୍ମାସ୍ତ୍ର ପରି ବିଧ୍ୱସକ ନ ଥିଲା କିନ୍ତୁ ଏହାର ପ୍ରୟୋଗ ଆବଶ୍ୟକ ପଡିଲେ ହିଁ କରାଯାଏ
କାରଣ ଏହା ଛାଡ଼ିଲା ପରେ ଏହା ଦୁଶମନ୍ କୁ ଶେଷ କରି ସାରି ହିଁ ଫେରୁ ଥିଲା। ଏହା ତାକୁ ଭସ୍ମ କରି ଦେଉ ଥିଲା। ଏହା ଅତ୍ୟନ୍ତ ସୁନ୍ଦର ଓ ତୀବ୍ରଗାମୀ ଥିଲା।
ସୁଦର୍ଶନ ଚକ୍ର ରେ ହିଁ ଶିଶୁ ପାଲ ର ବଧ ହୋଇ ଥିଲା। ଏହା ସଂସାର ର ସଞ୍ଚାଳନ ପାଇଁ ଶ୍ରୀକୃଷ୍ଣ ଙ୍କୁ ଦିଆ ଯାଇଥିଲା। ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଆଦେଶ ରେ ସୂର୍ଯ୍ୟ ଙ୍କୁ ସୁଦର୍ଶନ ଚକ୍ର ରେ ଘୋଡେ଼ଇ ଦିଆ ଯାଇଥିଲା।
ତା ପରେ ସୁଦର୍ଶନ ଚକ୍ର ର ବିଷୟ ରେ ପୌରାଣିକ ରେ କୌଣସି ବର୍ଣ୍ଣନା କରା ଯାଇ ନାହିଁ। ଲେଖା ଯାଇଅଛି ଯେ ଏହି ଚକ୍ର କୁ ଭଗବାନ ବିଷ୍ଣୁ ଙ୍କ ଅବତାର ଛଡ଼ା ଆଉ କେହି ଧାରଣ କରି ପାରିବେ ନାହିଁ।