ରାଜନୀତି

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଢାଞ୍ଚାରେ ନିର୍ବାଚନ ଲଢ଼ିବୁ: ତୋମାର – Kalinga News

[ad_1]

ଭବାନୀପାଟଣା: ‘ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ଦଳୀୟ କର୍ମକର୍ତ୍ତା ନିର୍ବାଚନ ଲଢ଼ିବୁ। ଏହିସବୁ ରାଜ୍ୟ ଭଳି ଏଠାରେ ମଧ୍ୟ ସଫଳତା ହାସଲ କରିବୁ।’ କଳାହାଣ୍ଡି ଲୋକସଭା କ୍ଷେତ୍ରର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମଣ୍ଡଳ ସଭାପତି, ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ଏହା କହିଛନ୍ତି  ବିଜେପିର ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର। କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, କଳାହାଣ୍ଡି ପ୍ରଭାରୀ ରମେଶ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀ ମାଳବିକା କେଶରୀ ଦେଓ, ପ୍ରଦୀପ୍ତ ନାଏକ, ମନୋଜ ମେହେର, ଅନିରୁଦ୍ଧ ପ୍ରଧାନ, ରମେଶ ମାଝୀ, ସୁଧୀର ପଟ୍ଟଯୋଷୀ, ହିତେଶ ବଗର୍ତ୍ତି ଓ ଅଭିନନ୍ଦନ ପଣ୍ଡା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଓ ପୂର୍ବତନ ବିଧାୟକ ଅନାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଭାପତି ସୁବ୍ରତ ଠାକୁର ଧନ୍ୟବାଦ ଦେଇଥିଲା ବେଳେ ଲୋକସଭା ସଂଯୋଜକ ଶିବ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button