ରାଜନୀତି

ଧର୍ମ ନାମରେ ବିଜେପି ଘୃଣା ଓ ବିଭେଦ ସୃଷ୍ଟି କରୁଛି: ଖଡ୍‌ଗେ – Kalinga News

[ad_1]

ଫୁଲବାଣୀ: ବିଜେପି ଦେଶରେ ହିନ୍ଦୁ-ମୁସଲମାନ, ହିନ୍ଦୁ-ଖ୍ରୀଷ୍ଟିଆନ ଏବଂ ହିନ୍ଦୁ-ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ସବୁଠି ଘୃଣାର ବାତାବରଣ ସୃଷ୍ଟି କରୁଛି ବୋଲି ଆଜି କନ୍ଧମାଳ ପ୍ରଚାରରେ ଆସି ଫୁଲବାଣୀଠାରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ବିଜେପି ଉପରେ ବର୍ଷିଛନ୍ତି। ଫୁଲବାଣୀରେ ଆୟୋଜିତ ନିର୍ବାଚନୀ ସଭାରେ ଶ୍ରୀ ଖଡ୍‌ଗେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଥିଲେ, କନ୍ଧମାଳରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସ କରନ୍ତି ଏବଂ ଏମାନଙ୍କ ମଧ୍ୟରେ ସର୍ବଦା ଉତ୍ତମ ସମ୍ପର୍କ ଓ ସମନ୍ବୟ ରହି ଆସିଛି। କିନ୍ତୁ ବିଜେପି ଏଠାରେ ଦଙ୍ଗା ସୃଷ୍ଟି କରି ଏଠାକାର ସାମାଜିକ ସ୍ଥିତିକୁ ନଷ୍ଟ କରୁଛି। ଏମିତିକି ବିଜେପି କନ୍ଧମାଳ ଦଙ୍ଗାକୁ ବାହାନା କରି ଭୋଟ୍‌ ମାଗୁଛି।

ବିଜେଡି-ବିଜେପି ଧନୀଙ୍କ ସରକାର, କଂଗ୍ରେସ ଗରିବର
କନ୍ଧମାଳ ଦଙ୍ଗା ବାହାନାରେ ଭୋଟ୍‌ ମାଗୁଛି ବିଜେପି
ମୋଦୀ ଓ ନବୀନ ସରକାର ଉଭୟ ଆଦିବାସୀ ବିରୋଧୀ

କନ୍ଧମାଳ ସମଗ୍ର ଦେଶରେ ହଳଦୀ ଉତ୍ପାଦନରେ ପ୍ରଥମ ସ୍ଥାନ ହାସଲ କରିପାରିଛି। ଏଠାକାର ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳିଛି। ମାତ୍ର, ବିଜେପି ସରକାର ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇପାରି ନାହାନ୍ତି। ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ସୁବିଧା ନାହିଁ। କଂଗ୍ରେସ ସରକାର ଆସିଲେ ହଳଦୀର ଏମ୍‌ଏସ୍‌ପି ଧାର୍ଯ୍ୟ କରାଯିବ ବୋଲି ଖଡ୍‌ଗେ କହିଥିଲେ। ସେ ଆହୁରି କହିଥିଲେ, ଉଭୟ ମୋଦୀ ଓ ନବୀନ ପଟ୍ଟନାୟକ ସରକାର ଆଦିବାସୀ ବିରୋଧୀ। ସେମାନେ ଆଦିବାସୀଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରିଛନ୍ତି। ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମିର ସୁରକ୍ଷା କେବଳ କଂଗ୍ରେସ ସରକାର କରିପାରିବ। ଉଭୟ ଧନୀଙ୍କ ସରକାର। ଏମାନେ ଗରିବଙ୍କ ଦୁଃଖ ଦୁର୍ଦ୍ଦଶା ବୁଝି ପାରନ୍ତି ନାହିଁ। କଂଗ୍ରେସ କ୍ଷମତାକୁ ଆସିଲେ ମନରେଗାର ଦୈନିକ ମଜୁରୀ ଚାରି ଶହ ଟଙ୍କା କରାଯିବ। କଂଗ୍ରେସ ମନରେଗା, ଖାଦ୍ୟ ସୁରକ୍ଷା ଆଇନ, ସୂଚନା ଅଧିକାର ଆଇନ, ଭୂମି ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଜଙ୍ଗଲ ଅଧିକାର ଆଇନ ଭଳି ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଛି। ମୋଦୀ କେବଳ ସବୁକିଛି ସମସ୍ତଙ୍କଠାରୁ ଛଡ଼େଇ ନେଇଛନ୍ତି ବୋଲି ସେ କହିଥିଲେ।

କଂଗ୍ରେସ କେବିକେ ଭଳି ଯୋଜନା କରି ଓଡ଼ିଶାକୁ ଅଧିକ ପରିମାଣ ଆର୍ଥିକ ସହାୟତା ଦେଉଥିଲା। ବିଆର୍‌ଜିଏଫ୍‌ ଯୋଜନାରେ ପଛୁଆ ଅଞ୍ଚଳର ବିକାଶ କରୁଥିଲା। କିନ୍ତୁ ମୋଦୀ ସରକାର ଏସବୁ ବନ୍ଦ କରିଛି। ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ବେ ନବୀନ ସରକାରରେ ଓଡ଼ିଶାର ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଣୁ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ହଟାଇବାକୁ ଖ୍ରୀ ଖଡ୍‌ଗେ ଆହ୍ବାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ଓଡ଼ିଶା ଇନ୍‌ଚାର୍ଜ ଶାହାନୱାଜ ହୁସେନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲୁଭଟି ଭିକ୍‌ରାମା ରାକା, ଏଆଇସିସି ସମ୍ପାଦିକା ମୀନାକ୍ଷୀ ନଟରାଜନ୍‌, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ରଶେଖର ପରିଡ଼ା, କନ୍ଧମାଳ ଲୋକସଭା ପ୍ରାର୍ଥୀ ଅମୀରଚାନ୍ଦ ନାୟକ, ଏହା ଅନ୍ତର୍ଗତ ସବୁ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button