ଖେଳ ଖବର

ଆଇପିଏଲ : ମୁମ୍ବାଇ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ, ଧୋନିଙ୍କ ହାଟ୍ରିକ୍ ଛକା – Kalinga News

[ad_1]

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୯ତମ ମ୍ୟାଚଟି ଆଇପିଏଲ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ  ମୁମ୍ବାଇ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ।

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୬ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଇକ୍ବାଡ୍ ୬୯ ରନ କରିଥିବାବେଳେ ଶିବମ ଦୁବେ ୬୬ ରନ କରିଥିଲେ । ସେହିପରି ରାଚିନ ରବୀନ୍ଦ୍ର ୨୧ ଓ ଡାରିଲ୍ ମିଚେଲ ୧୭ରନ କରିଥିଲେ । ତେବେ ମ୍ୟାଚର ଶେଷ ଓଭରରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂର ଝଲକ ଦେଖିବାକୁ ମିଳିଥିଲା । ନିଜର ଆଇପିଏଲ କ୍ୟାରିୟରର ୨୫୦ତମ ମ୍ୟାଚ ଖେଳୁଥିବା ଧୋନି ଶେଷ ଓଭରର ୩ୟ,୪ର୍ଥ ଓ ୫ମ ବଲରେ ଲଗାତାର ଛକା ମାରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ସେ ଅପରାଜିତ ୨୦ ରନ କରିଥିଲେ ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button