ଓଡ଼ିଶାର ବିକାଶ ପାଇଁ ଏହି ନିର୍ବାଚନ: ଜେପି ନଡ୍ଡା – Kalinga News

[ad_1]
ଭୁବନେଶ୍ବର/ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ ମଧ୍ୟ କରିବେ। ମୋଦୀଙ୍କ ରାଜନୀତିରେ ଭାରତ ବଦଳିଛି। ଏହା ବିଶ୍ବ କହୁଛି। ପରିବର୍ତ୍ତିତ ଭାରତର ଉତ୍ସାହ ଦେଖାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଠା ବ୍ରହ୍ମପୁରର ଆମ୍ବପୁଆ ଠାରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ ସମାବେଶ’ରେ ଏହା କହିଛନ୍ତି। ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣ ପାଇଁ। ଓଡ଼ିଶାରେ ବିକାଶ ପାଇଁ। ଦେଶର ୮୦ କୋଟି ଲୋକଙ୍କୁ ପ୍ରତିମାସ ରାସନ ଦେଉଛନ୍ତି। ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମୋଦୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି। ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି। ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଶ୍ରୀ ନଡ୍ଠା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାର ୨୧ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରାନ୍ତୁ। ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରନ୍ତୁ। ଆଜି ଦେଶରେ ଅଟୋମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିଶ୍ବର ତୃତୀୟ ସ୍ଥାନରେ ପହଞ୍ଚିଛି। ଜାପାନ ଭଳି ଦେଶକୁ ପଛରେ ପକାଇଛି। ଆଜି ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଅଛି। ଦଶ ବର୍ଷ ପୂର୍ବରୁ ମୋବାଇଲରେ ଲେଖାଯାଉଥିଲା ଚାଇନା, ଜାପାନ, କୋରିଆ, ତାଇୱାନ। ଏବେ କିନ୍ତୁ ଆପଣଙ୍କର ମୋବାଇଲରେ ଲେଖାହେଉଛି ଭାରତ। ମୋଦୀଙ୍କ ନେତୃତ୍ବରେ ସମାଜର ସବୁ ବର୍ଗର ଲୋକଙ୍କୁ ବଳ ମିଳିଛି। ଗାଁରେ ସଡ଼କ, ଅପଟିକାଲ ଫାଇବର, କମନ ସର୍ଭିସ ସେଣ୍ଟର ଖୋଲିଛି। ବିଶ୍ବରେ ଭାରତ ପଞ୍ଚମ ଅର୍ଥ ବ୍ୟବସ୍ଥାର ଦେଶ ହୋଇଛି। ପୂର୍ବରୁ ଏହା ୧୧ ନମ୍ବରରେ ଥିଲା।
ଏହା ପୂର୍ବରୁ ଶ୍ରୀ ନଡ୍ଡା ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇଥିଲେ। ସେ କହିଥିଲେ, ଆଜି ମଧୁବାବୁଙ୍କ ଜୟନ୍ତୀ। ସେ ଓଡ଼ିଶାକୁ ଗଠନ କରିବାରେ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମତେ ଓଡ଼ିଶା ଗଠନ କରିବାରେ ଯେଉଁମାନେ ନିଜକୁ ବାଜି ଲଗାଇଥିଲେ ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି।
ଶ୍ରୀ ସାମଲ ସ୍ବାଗତ ଭାଷଣରେ କହିଥିଲେ, ରାଜ୍ୟରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି। ଏକ ଭ୍ରଷ୍ଟ ସରକାରର ସପାପ୍ତି ହେବାକୁ ଯାଉଛି। ସାଧାରଣ ଜନତା ଏଥର ଚିନ୍ତା କରିଛନ୍ତି, ରାଜ୍ୟରେ ସରକାର ପରିବର୍ତ୍ତନ କରିପାରିବେ। ରାଜ୍ୟ ସରକାର କୋଟିକୋଟି ଦୁର୍ନୀତିର ଚିତ୍ରକୁ ସ୍ପଷ୍ଟ କରିପାରୁ ନାହାନ୍ତି। ଲୋକଙ୍କୁ ଚିଟ୍ଫଣ୍ଡ ଟଙ୍କା ମିଳିପାରିଲା ନାହିଁ। ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳୁ ନାହିଁ। ରାଜ୍ୟରେ ମହିଳା ନିର୍ଯ୍ୟାତିତ ହେଉଛନ୍ତି। ରୋଜଗାର ପାଇଁ ଦେଢ଼ କୋଟି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଭାରତର ଜନତା ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛନ୍ତି।
ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଥିଲେ। କିନ୍ତୁ ସେ ରାଜ୍ୟ ସରକାର ପରିଚାଳନା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରିଥିଲେ।
ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରାୟ ୫ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଥିଲେ। ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚିଲା ପରେ ଶ୍ରୀ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମର ଓ ଅନ୍ୟ ବରିଷ୍ଠ ନେତାମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଆସିକା, ନବରଂଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ସମେତ ବରିଷ୍ଠ ନେତା ଓ କର୍ମୀମାନେ ଉତ୍ସାହିତ ଦେଖାଯାଇଛନ୍ତି।
ଶ୍ରୀ ନଡ୍ଡା ସଂଧ୍ୟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।
[ad_2]