କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଅବଶିଷ୍ଟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଚୟନ କସରତ – Kalinga News

[ad_1]
ନୂଆଦିଲ୍ଲୀ: ଓଡ଼ିଶାର କଂଗ୍ରେସର ବଳକା ଲୋକସଭା ଓ ବିଧାନସଭା ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ। ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)ର ବୈଠକ ବସିଥିଲା। ଏଆଇସିସି ମୁଖ୍ୟାଳୟରେ ସଭାପତି ମାଲିକାର୍ଜ୍ଜୁନ ଖଡ଼୍ଗେଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ସିଇସି ବୈଠକରେ ଓଡ଼ିଶାର ବଳକା ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ମନୋନୟନ ଉପରେ ଆଲୋଚନା ହୋଇଥିଲା। ସ୍କ୍ରିନିଂ କମିଟି ଦ୍ବାରା ସୁପାରିସ କରାଯାଇଥିବା ନାମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଅନେକ ନାମ ଉପରେ ଚୂଡ଼ାନ୍ତ ମୋହର ବାଜି ସାରିଥିବା କୁହାଯାଉଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ପ୍ରାର୍ଥୀ ତାଲିକା ଜାରି କରାଯିବ।

Sambad is now on WhatsApp
Join and get latest news updates delivered to you via WhatsApp
ସିଇସି ବୈଠକରେ ଶ୍ରୀ ଖଡ଼୍ଗେ, କଂଗ୍ରେସର ସାଧାରଣ ସଂପାଦକ କେ.ସି.ବେଣୁଗୋପାଳଙ୍କ ସମେତ ସିଇସିର ସଦସ୍ୟମାନେ ଯୋଗଦେଇଥିଲେ। ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମଧୂସୁଦନ ମିସ୍ତ୍ରୀ, ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର, ଦୁଇ ସଚିବ ଖ୍ରୀଷ୍ଟଫର ତିଳକ ଓ ମହମ୍ମଦ ସାହାନୱାଜ ମଧ୍ୟ ଉପସ୍ଥିତ ଥିଲେ। ସିଇସି ବୈଠକ ପୂର୍ବରୁ ଆଜି ୩ଘଣ୍ଟା ଧରି ଦିଲ୍ଲୀର ୧୧ ତାଲକୋଟରା ରୋଡ୍ସ୍ଥିତ କଂଗ୍ରେସର ୱାର୍ ରୁମ୍ରେ ସ୍କ୍ରିନଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ଓଡ଼ିଶାରେ କଂଗ୍ରେସ ଏ ପର୍ଯ୍ୟନ୍ତ ୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆସନ୍ତା ୧୫ତାରିଖ ସୁଦ୍ଧା ବଳକା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ ବୋଲି ଦିଲ୍ଲୀ ଯିବା ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
[ad_2]