ହକିରେ ହତାଶ: ଭାରତକୁ ୦-୫ରେ ମୂଳପୋଛ କଲା ଅଷ୍ଟ୍ରେଲିଆ – Kalinga News

[ad_1]
ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ହକି ଦଳ ସେଠାରେ ୦-୫ରେ ମୂଳପୋଛ ହେବାର ଲଜ୍ଜାଜନକ ପ୍ରଦର୍ଶନ କରିଛି। ପ୍ରଥମ ତିନି ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଥିବା ଭାରତୀୟ ଦଳ ଚତୁର୍ଥ ମୁକାବିଲାକୁ ୧-୩ ଗୋଲ୍ରେ ପରାସ୍ତ ହୋଇ ୦-୪ରେ ପଛୁଆ ଥିଲା। ଏଣୁ ଅନ୍ତତଃ ଶନିବାରର ପଞ୍ଚମ ତଥା ଶେଷ ମୁକାବିଲାକୁ ଜିତି ସମ୍ମାନ ରଖିବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ପୂର୍ବ ମ୍ୟାଚ୍ ଗୁଡ଼ିକଠୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ବି ପରାଜୟକୁ ପୁଣିଥରେ ଏଡ଼ାଇ ପାରି ନଥିଲେ ଭାରତୀୟ ଖେଳାଳି। ଫଳରେ ଶେଷ ଲଢ଼େଇକୁ ୨-୩ ଗୋଲ୍ରେ ହାରିଥିଲେ। ତା’ ସହ ଅଷ୍ଟ୍ରେଲିଆ ମାଟିରେ ଶୃଙ୍ଖଳାର ସବୁ ମ୍ୟାଚ୍ ହାରିଥିବା କିଛି ହତଭାଗା ଖେଳାଳି ତାଲିକାରେ ସ୍ଥାନ ପାଇବାର ଅପଯଶ ମୁଣ୍ଡାଇଥିଲେ। ଏହି ଗସ୍ତରେ କଙ୍ଗାରୁ ଦଳ ବିପକ୍ଷରେ ଭାରତ ଖେଳିଥିବା ୫ଟି ଯାକ ମ୍ୟାଚ୍କୁ ଯଥାକ୍ରମେ ୧-୫, ୨-୪, ୧-୨, ୧-୩ ଓ ୨-୩ ଗୋଲ୍ରେ ହାରିଛି। ଫଳରେ ଦଳର ରଣନୀତି ପୂରା ବିଫଳ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲାଗି ଭାରତ ଏହି ଶୃଙ୍ଖଳା ଖେଳୁଥିଲା। ତେବେ ଏଭଳି ଶୋଚନୀୟ ପ୍ରଦର୍ଶନ ଦଳରେ ଥିବା ମାତ୍ରାଧିକ ଦୁର୍ବଳତାକୁ ପଦାରେ ପକାଇଛି। ଭାରତ କିନ୍ତୁ ଶନିବାର ଆରମ୍ଭରୁ ଆକ୍ରମଣ କରିଥିଲା। ହର୍ମନପ୍ରୀତ୍ଙ୍କ ଗୋଲ୍ ବଳରେ ଚତୁର୍ଥ ମିନିଟ୍ରେ ଆଗୁଆ ହୋଇଥିଲା। ପ୍ରଥମ କ୍ବାର୍ଟର ୧-୦ରେ ନିଜ ସପକ୍ଷରେ ରଖିଥିଲା। ୨୦ ମିନିଟ୍ରେ ଜେରମି ହେୱାର୍ଡଙ୍କ ଫିଲ୍ଡ ଗୋଲ୍ ବଳରେ ସ୍ଥିତି ୧-୧ କରି ନେଇଥିଲା। ସେହିଭଳି ୩୮ ଓ ୩୯ତମ ମିନିଟ୍ରେ କାଏ ୱିଲଟ୍ ଓ ଟିମ୍ ବ୍ରାଣ୍ଡ ଗୋଲ ବଳରେ ୩-୧ରେ ଆଗୁଆ ହୋଇଯାଇଥିଲା। ବବି ସିଂହ ଧାନି ୫୩ ମିନିଟ୍ରେ ଆଉ ଏକ ଗୋଲ୍ ଦେବାରୁ ପରାଜୟ ବ୍ୟବଧାନକୁ କମାଇ ପାରିଥିଲା। ମ୍ୟାଚ୍ର ଶେଷ ୭ ମିନିଟ୍ରେ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ।
[ad_2]