ରାଜନୀତି

ଜଟଣୀ: କଂଗ୍ରେସରୁ ସନ୍ତୋଷଙ୍କୁ ଟିକେଟ – Kalinga News

[ad_1]

ଅସନ୍ତୁଷ୍ଟଙ୍କ ଉପରେ ନଜର

ଜଟଣୀ: କଂଗ୍ରେସ ଦଳ ଆଜି ୭୫ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାରି ମଧ୍ୟରେ ଜଟଣୀ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ସନ୍ତୋଷ ଜେନାଙ୍କ ନାମ ଦଳ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ପରେ ସେ ତାଙ୍କ ରଣନୀତି ଆରମ୍ଭ କରିଦେଇଛନ୍ତି। ତେବେ କଂଗ୍ରେସରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ଦଳ କିପରି ବୁଝାସୁଝା କରି ମନାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଛାତ୍ର ନେତା ଭାବେ ଏବିଭିପିରେ ସକ୍ରିୟ ଥିବା ସନ୍ତୋଷ ବିଜେପିରୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ଥିଲେ। ୨୦୧୯ ମସିହାରେ ବିଜେପି ତାଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀରୁ ଟିକେଟ ନ ଦେବାରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ବିଗତ କିଛି ବର୍ଷ ହେଲା ଦଳରେ ଥାଇ ସଂଗଠନ କରି ଆସୁଥିବା ବେଳେ ଗତ ୮ମାସ ତଳେ ଦଳ ବିରୋଧୀ କାମ ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ ଓ ପରେ ବହିଷ୍କାର କରିଥିଲା। ନିର୍ବାଚନ ପାଖେଇ ଆସୁଥିବା ଟିକେଟ ଆଶା ନେଇ ବିଜେପିରେ ମିଶିଥିଲେ। ପୁଣି ଟିକେଟ ନ ପାଇବାରୁ ସେ ନିରାଶ ହୋଇଥିଲେ।

ଗତ ସୋମବାର ଦିନ ନିଜର କିଛି ସମର୍ଥକଙ୍କୁ ଧରି କଂଗ୍ରେସରେ ମିଶିବାକୁ କଂଗ୍ରେସ ଭବନ ଯାଇଥିବା ବେଳେ ଜଟଣୀ କଂଗ୍ରେସରୁ ଆଶାୟୀ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟ ବିରୋଧ କରିବା ସହ ମିଶ୍ରଣ ପର୍ବକୁ ଭଣ୍ଡୁର କରିଥିଲେ। ଆଜି ଦଳ ତାଙ୍କ ନାମ ଘୋଷଣା କରିବା ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ, ଅଶୋକ ମଙ୍ଗରାଜ ପ୍ରମୁଖ ଜଟଣୀ କଂଗ୍ରେସରୁ ଆଶାୟୀ ପ୍ରାର୍ଥୀ ରହିଥିଲେ। ଶ୍ରୀ ରାଉତରାୟ କଂଗ୍ରେସରୁ ଟିକେଟ ପାଇବାକୁ ଯୋଗ୍ୟ ବୋଲି ଦାବି କରି ଆସୁଥିବା ବେଳେ ତାଙ୍କ ଛଡ଼ା ଅନ୍ୟ କାହାକୁ ଟିକେଟ ମିଳିଲେ ବିରୋଧ କରାଯିବ ବୋଲି କହି ଆସୁଥିଲେ। ଏବେ ଦଳ ସନ୍ତୋଷଙ୍କ ନାମ ଘୋଷଣା ପରେ ସେ ସନ୍ତୋଷଙ୍କୁ ସମର୍ଥନ କରିବେ ନା ବିରୋଧ କରିବେ, ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button