ରାଜନୀତି

କଂଗ୍ରେସର ଆମେଥି କାର୍ଯ୍ୟାଳୟରେ ଆକ୍ରମଣ: କାର୍ ଭଙ୍ଗାରୁଜା, ବିଜେପିକୁ ଦାୟୀ କଲା କଂଗ୍ରେସ – Kalinga News

[ad_1]

ଆମେଥି: ଆମେଥିସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଉପରେ ରବିବାର ମଧ୍ୟରାତ୍ରିରେ ଆକ୍ରମଣ ହୋଇଛି। ଅଜଣା ଦୁର୍ବୃତ୍ତମାନେ ବାହାରେ ଥିବା ଡଜନାଧିକ ଗାଡ଼ି ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗକୁ ଭିତ୍ତି କରି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୁଲିିସ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ଆକ୍ରମଣ ପାଇଁ ବିଜେପି ଗୁଣ୍ଡାମାନଙ୍କୁ ଦାୟୀ କରିଛି। ଏକ୍ସରେ କଂଗ୍ରେସ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ କାର୍‌ର ଝରକା ଭାଙ୍ଗି ଯାଇଥିବା ଏବଂ କାଚଖଣ୍ଡଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଆମେଥିରେ ପରାଜୟ ଭୟରେ ବିଜେପି ହିଂସାକାଣ୍ଡ ଘଟାଇଥିବା ଦଳ ଅଭିଯୋଗ କରିଛି। ସେମାନେ ବିଜେପିର ଆମେଥି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପରାଜୟ ଭୟରେ ନିରାଶ ହୋଇ ବିଜେପି ଗୁଣ୍ଡାମାନେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ପହଞ୍ଚି ସେଠାରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। କଂଗ୍ରେସ କର୍ମୀ ଓ ଆମେଥିବାସୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପୂରା ଘଟଣାରେ ପୁଲିସ ପ୍ରଶାସନ ନିରବ ଦର୍ଶକ ହୋଇ ରହିଥିଲା। ଏହି ଘଟଣା ସାକ୍ଷୀ ଯେ ଆମେଥିରେ ବିଜେପି ଶୋଚନୀୟ ଭାବେ ହାରିବାକୁ ଯାଉଛି ବୋଲି ହିନ୍ଦୀରେ କଂଗ୍ରେସ ଟୁଇଟ୍ କରି କହିଛି। ଦଳୀୟ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପିକୁ ଗୁଣ୍ଡାଗିରି ପାଇଁ ଦାୟୀ କରିଛନ୍ତି। ‘ହେ ବିଜେପିବାଲା! ପବନ ବଦଳିଛି, ଗାଡ଼ି ଭାଙ୍ଗିବା ଦ୍ୱାରା ତୁମ ସମସ୍ୟାର ସମାଧାନ ହେବ ନାହିଁ’ ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button