ରାଜସ୍ଥାନ ରୟାର୍ଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍ – Kalinga News

[ad_1]
ଚଣ୍ଡିଗଡ଼: ଆଇପିଏଲର ୨୭ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଏବଂ ରାଜସ୍ଥାନ ରୟାର୍ଲ୍ସ (ଆରଆର) ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ୟଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍ରେ ରାଜସ୍ଥାନ ରୟାର୍ଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବ କିଙ୍ଗସ୍ ଅଧିନାୟକ ଶିଖର ଧାୱନ ଆହତ ଥିବାରୁ ତାଙ୍କ ବଦଳରେ ମ୍ୟାଚ୍ରେ ଅଧିନାୟକ ଥିବା ସାମ କରନଙ୍କ ନେତୃତ୍ବରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗସ୍ ୮ ୱିକେଟ ହରାଇ ୧୪୭ ରନ୍ କରିଛି। ଫଳରେ ରାଜସ୍ଥାନ ରୟାର୍ଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍ ରହିଛି।
ପଞ୍ଜାବ କିଙ୍ଗସ୍ ପକ୍ଷରୁ ଜନି ବେୟାରଷ୍ଟୋ ୧୫ ରନ୍, ଅଥର୍ଭା ତାୟଡେ ୧୫ ରନ୍, ପ୍ରଭାସିମରନ ସିଂ ୧୦ ରନ୍, ସାମ କରନ ୬ ରନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୧ ରନ୍ , ଜିତେଶ ଶର୍ମା ୨୯ ରନ୍, ଆଶୁତୋଷ ଶର୍ମା ୩୧ ରନ୍, ଶଶାଙ୍କ ସିଂ ୯ ରନ୍, ହରପ୍ରୀତ ବରାଡ ୩ ରନ୍ କରିଥିଲେ।
[ad_2]