ଦେଶ- ବିଦେଶ

ପାକିସ୍ତାନରେ ୧୧ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା – Kalinga News

[ad_1]

ନୂଆଦିଲ୍ଲୀ : ଦକ୍ଷିଣପଶ୍ଚିମ ପାକିସ୍ତାନରେ ଆଜି କିଛି ବନ୍ଧୁକଧାରୀ ବ୍ୟକ୍ତି ୧୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ୬ ଜଣ ବନ୍ଧୁକଧାରୀ ବାଲୁଚିସ୍ତାନ ପ୍ରଦେଶର ନୌଶକି ସହର ନିକଟରେ ଏକ ବସକୁ ଅଟକାଇଥିଲେ ଏବଂ ଆଇଡି କାର୍ଡ ଚେକ୍ କରିବାପରେ ୯ ଜଣ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ। ଏହାପରେ ସେମାନଙ୍କ ମୃତଦେହ ପ୍ରାୟ ୨ କିମି ଦୂରରୁ ମିଳିଥିଲା। ସେମାନଙ୍କ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ଗୁଳି ଚାଳନା କରାଯାଇଥିଲା। ଏହାର କିଛି ସମୟପରେ ଉକ୍ତ ଆକ୍ରମଣକାରୀ ପୁଣିଥରେ ଏକ କାର୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିବାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବାଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବୃହତ୍ତମ ଏବଂ ଗରିବ ପ୍ରଦେଶ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button