ବିରାଟଙ୍କ ସହ ମୋର ତୁଳନା କରାଯାଇପାରିବ ନାହିଁ: ସ୍ମୃତି ମନ୍ଧନା – Kalinga News

[ad_1]
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଅଧିନାୟକ ଥିବା ସ୍ମୃତି ମନ୍ଧନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦକ୍ଷ ଅଧିନାୟକତ୍ୱରେ, ଆରସିବିର ମହିଳା ଟିମ୍ ଚମତ୍କାର ପ୍ରଦର୍ଶନ କରି ନିଜର ପ୍ରଥମ ଡବ୍ଲୁପିଏଲ୍ ଟାଇଟଲ୍ ଜିତିଥିଲେ। ତେବେ ଆଜି ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିବା ସ୍ମୃତି ମନ୍ଧନା ତାଙ୍କୁ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ସହ ତୁଳନା ନକରିବାକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Smriti Mandhana what a Gold answer to this clown journalist 🫡👏pic.twitter.com/P9MazagPmg
— Wellu (@Wellutwt) March 19, 2024
ଆର୍ସିବିର ପୁରୁଷ ଟିମର ଅଧିନାୟକ ବିରାଟ କୋହଲି ଥିବା ବେଳେ ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି ବିରାଟ। ହେଲେ ଡବ୍ଲୁପିଏଲ୍ ଖେଳି ଦ୍ବିତୀୟ ସିଜିନରେ ହିଁ ଆର୍ସିବିକୁ ଟ୍ରଫି ଦେଇଥିବାରୁ ସ୍ମୃତିଙ୍କ ପ୍ରଶଂସା କରାଯାଉଛି। ଏନେଇ ସ୍ମୃତିଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, “ଟ୍ରଫି ଜିତିବା ଭିନ୍ନ କଥା। ହେଲେ ବିରାଟ ଭାରତ ପାଇଁ ଯାହା ହାସଲ କରିଛନ୍ତି ତାହା ଉଲ୍ଲେଖନୀୟ। ତେଣୁ ମୋର କ୍ୟାରିୟର ଯେଉଁଠାରେ ଅଛି ଏବଂ ସେ ଯାହା ହାସଲ କରିଛନ୍ତି ତାକୁ ତୁଳନା କରିବା ଠିକ୍ ନୁହେଁ ବୋଲି ମୁଁ ଭାବୁଛି।”
[ad_2]




