ଖେଳ ଖବର

ଆଇପିଏଲରୁ ଅବସର ନେବା ପରେ ଟି-୨୦ ବିଶ୍ବକପରେ ଦୀନେଶ କାର୍ତ୍ତିକଙ୍କୁ ମିଳିଲା ନୂଆ ଦାୟିତ୍ବ – Kalinga News

[ad_1]

ଅହମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବରିଷ୍ଠ ଖେଳାଳି ଦୀନେଶ କାର୍ତ୍ତିକ ଆଇପିଏଲ୍‌କୁ ବିଦାୟ ଜଣାଇଛନ୍ତି। ‌ ବୁଧବାର ରାଜସ୍ଥାନ ରୟାଲ୍ସଠୁ ଆର୍‌ସିବି ପରାସ୍ତ ହେବା ପରେ କାର୍ତ୍ତିକଙ୍କ ଆଇପିଏଲ୍‌ ଯାତ୍ରାରେ ଯବନିକା ପଡ଼ିଥିଲା। ମ୍ୟାଚ୍‌ ଶେଷ ହେବା ପରେ ଆର୍‌ସିବିର ଖେଳାଳିମାନେ କାର୍ତ୍ତିକଙ୍କୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ‘ଗାର୍ଡ ଅଫ୍‌ ଅନର’ ପ୍ରଦାନ କରିଥିଲେ। କାର୍ତ୍ତିକ ଏହି ସମୟରେ ଭାବବିହ୍ବଳ ହୋଇଯାଇଥିଲା ବେଳେ ତାଙ୍କ ଗ୍ଲୋଭ୍‌ସ କାଢ଼ି ପ୍ରଶଂସକ ଓ ଖେଳାଳିଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ କାର୍ତ୍ତିକ ନିଜ ମୁହଁରେ ଅବସର ବିଷୟରେ ଘୋଷଣା କରି ନଥିଲେ ମଧ୍ୟ ପ୍ରସାରଣକାରୀ ସଂସ୍ଥା ଜିଓ ସିନେମା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

ଏମଧ୍ୟରେ କାର୍ତ୍ତିକଙ୍କୁ ଏକ ନୂଆ ଦାୟିତ୍ବ ମିଳିଛି। ଆଇସିସି ଟି-୨୦ ବିଶ୍ୱକପ ପାଇଁ କମେଣ୍ଟ୍ରୀ ପ୍ୟାନେଲ ଘୋଷଣା କରିଛି। ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ମଧ୍ୟ ୪୦ସଦସ୍ୟ ବିଶିଷ୍ଟ କମେଣ୍ଟ୍ରୀ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ଦୀନେଶ କାର୍ତ୍ତିକଙ୍କ ବ୍ୟତୀତ ଭାରତର ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କର ମଧ୍ୟ କମେଣ୍ଟ୍ରୀ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ପାକିସ୍ତାନୀ ଷ୍ଟାର କ୍ରିକେଟର ୱସିମ ଆକ୍ରାମ, ବକାର ୟୁନୁସ୍ ଏବଂ ରମିଜ ରାଜା ମଧ୍ୟ ବିଶ୍ୱକପରେ କମେଣ୍ଟ୍ରୀ ପ୍ୟାନେଲର ଅଂଶ ହେବେ। ଆମେରିକୀୟ ସମୀକ୍ଷକ ଜେମ୍ସ ଓ’ବ୍ରାୟନ୍ ମଧ୍ୟ ଏହି ପ୍ୟାନେଲରେ ଅନ୍ତର୍ଭୁକ୍ତ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button