ରାଜନୀତି

ମୋଦୀ କହିଲେ ନକଲି ଶିବସେନା, ଉଦ୍ଧବ ଜବାବ ଦେଲେ ଆପଣଙ୍କ ଡିଗ୍ରୀ ଭଳି ନୁହେଁ ନକଲି – Kalinga News

[ad_1]

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ଉଦ୍ଧବ ଠାକରେଙ୍କ ସମର୍ଥିତ ଗୋଷ୍ଠୀଙ୍କୁ ନକଲି ଶିବସେନା ବୋଲି କହିଥିଲେ। ଏହାର ଜବାବରେ ଉଦ୍ଧବ ଠାକରେ ମୋଦୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଛନ୍ତି ମୋ ଦଳ ଆପଣଙ୍କ ଡିଗ୍ରୀ ଭଳି ନକଲି ନୁହେଁ। ପାଲଘର ଲୋକସଭା ଆସନରେ ମୋଦୀ ଶିବସେନା ବାଲା ସାହେବ ଦଳର ପ୍ରାର୍ଥୀ ଭାରତୀ କାମଦୀଙ୍କ ପାଇଁ ପ୍ରଚାର କରିବା ସମୟରେ ଏଭଳି କହିଥିଲେ। ଏହା ସହିତ ଉଦ୍ଧବ ଇଣ୍ଡିଆ ମେଣ୍ଟର ବିଜୟ ହେବ ବୋଲି ଆଶା ପୋଷଣ କରିଛନ୍ତି।

ଧରିତ୍ରୀ ପୁତ୍ରଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଶିବସେନା ପ୍ରମୁଖ ବାଲା ସାହେବଙ୍କ ଦଳକୁ କିଛି ଲୋକ ଏବେ ନକଲି କହୁଛନ୍ତି। ଏହା ସେମାନଙ୍କର ଡିଗ୍ରୀ ନୁହେଁ ଯାହାକୁ ନକଲି କୁହାଯାଇ ପାରିବ।

ଏହା ସହିତ ଏନସିପିକୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନକଲି କହିଥିଲେ। ଏହାର ଜବାବରେ ଏନସିପିର ମୁଖ୍ୟ ପ୍ରବକ୍ତା ମହେଶ ତାପସେ କହିଥିଲେ ଶରଦ ପାୱାରଙ୍କ ପ୍ରତି ଏହା ଅପମାନ ସୂଚକ। ମହାରାଷ୍ଟ୍ର ସରକାର ନିଜ ପ୍ରଶାସନରେ କେତେକ ନକଲି ନେତାଙ୍କୁ ସାମିଲ କରିଛନ୍ତି।

ଅନ୍ୟ ଦଳଙ୍କୁ ନକଲି ବୋଲି କହୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥକ ଏବଂ ଅଜିତ ପାୱାରଙ୍କ ସମର୍ଥକଙ୍କ ପ୍ରତି ବିଶେଷ ଚିନ୍ତା କରିବାର ଆବଶ୍ୟକତା ରହିଛି। ଶାହା ଭାବେ ଜାଣିଛନ୍ତି ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ସମାଲୋଚନା କଲେ ତାଙ୍କୁ ମିଡ଼ିଆ କଭରେଜ୍ ମିଳିବ ନାହିଁ । ତେଣୁ ସେ ପାୱାରଙ୍କ ଟାର୍ଗେଟ କରିଥିବା ତାପସେ କହିଛନ୍ତି।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button