କ୍ରିକେଟ୍ ଏକାଡେମୀ ଖୋଲିବି କହି ଧୋନିଙ୍କଠାରୁ ୧୫କୋଟି ଠକି ନେଲେ ପୂର୍ବ ବିଜନେସ ପାର୍ଟନର – Kalinga News

[ad_1]
ନୂଆଦିଲ୍ଲୀ: ପୂର୍ବ ବିଜନେସ ପାର୍ଟନରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନି ତାଙ୍କ ବିରୋଧରେ ୧୫କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିବା ଜଣାପଡ଼ିଛି। ୨୦୧୭ରେ ହୋଇଥିବା ବ୍ୟବସାୟିକ ଚୁକ୍ତିକୁ ନେଇ ରାଞ୍ଚି କୋର୍ଟରେ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଏବଂ ସୌମ୍ୟା ବିଶ୍ୱାସଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧୋନିଙ୍କ ଅଭିଯୋଗ ମୁତାବକ, ମିହିର ଦିବାକର କ୍ରିକେଟରଙ୍କ ନାମରେ ଭାରତ ତଥା ବିଦେଶରେ କ୍ରିକେଟ୍ ଏକାଡେମୀ ଖୋଲିବା ପାଇଁ ୨୦୧୭ରେ ଧୋନିଙ୍କ ସହ ଏକ ଚୁକ୍ତି କରିଥିଲେ। ଏଥିପାଇଁ ତାଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲେ। କିନ୍ତୁ ଟଙ୍କା ନେଇ ପରେ ସେ କାମ କରିନଥିଲେ। ଟଙ୍କା ଫେରିପାଇବା ପାଇଁ ଧୋନି ଅଗଷ୍ଟ ୧୫, ୨୦୨୧ରେ ଆର୍କା ସ୍ପୋର୍ଟସଠାରୁ ସ୍ବୀକୃତି ପତ୍ର ପ୍ରତ୍ୟାହାର କରି ଅନେକ ସମନ ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହି ଠକାମି ପାଇଁ ଧୋନି ୧୫କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଏବେ ମିହିର ଓ ସୌମ୍ୟାଙ୍କ ବିରୋଧରେ ସେ ଅପରାଧିକ ମାମଲା ରୁଜୁ କରିଛନ୍ତି।
[ad_2]




