ରାଜନୀତି

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ସୁରେଶଙ୍କ ଟିକେଟ ଉପରେ ସୁଜିତଙ୍କ ଆଖି – Kalinga News

[ad_1]

ଝାରସୁଗୁଡ଼ା: ଚଳିତ ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ତେବେ ଶ୍ରୀ ପୂଜାରୀଙ୍କ ଟିକେଟ ଉପରେ ଏବେ ଆଶାୟୀ ପ୍ରାର୍ଥୀ ତଥା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁଜିତ ସିଂଙ୍କ ଆଖି ରହିଥିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ, ସୁଜିତଙ୍କ ସମର୍ଥକମାନେ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଜି ଟିକେଟ ପାଇଁ ଦାବି କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଟିକେଟ ନମିଳିଲେ ସେମାନେ ବିଜେପିକୁ ସମର୍ଥନ ଦେବେନି ବୋଲି ଖୋଲାଖୋଲି କହିଥିଲେ। କିଛିସମୟ ପରେ ସୁରେଶ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ସୁରେଶଙ୍କୁ ପଚାରିବାରେ, ସେଭଳି କିଛି ନୁହେଁ ବରଂ କର୍ମୀଙ୍କ ସହିତ ଆଲୋଚନା ପାଇଁ ସୁଜିତ ସେମାନଙ୍କୁ ଡକାଇଥିଲେ ବୋଲି କହିଛନ୍ତି। ପୂର୍ବରୁ ୨ ଥର ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିବାରୁ ଏହି ଅଞ୍ଚଳରେ ସୁରେଶଙ୍କର ଦଳୀୟ ସଂଗଠନ ରହିଛି।

ପ୍ରତ୍ୟକ୍ଷ ଭାବେ ସେ ବ୍ରଜରାଜନଗର ରାଜନୀତିରୁ ଦୂରେଇଯିବା ପରେ ଏହି ଅଞ୍ଚଳରେ ଯୁବନେତା ସୃଷ୍ଟି ହୋଇଛନ୍ତି। ଏହି ଯୁବ ନେତାମାନେ ଚଳିତଥର ଟିକେଟ ପାଇବାକୁ ବି ଲବି କରିଥିଲେ। ଟିକେଟ ଘୋଷଣା ପରଠାରୁ ଆଶାୟୀମାନେ ଥଣ୍ଡା ପଡ଼ିଯାଇଥିଲେ। ତେବେ, ଗୁରୁବାରଠାରୁ ରାଜ୍ୟ ବିଜେପି କିଛି ଆସନରେ ଟିକେଟ ପରିବର୍ତ୍ତନ କରିବା ନେଇ ଯୋଜନା କରୁଥିବା ଚର୍ଚ୍ଚା ଜୋର୍‌ ଧରିବା ପରେ ଶୁକ୍ରବାରଠାରୁ ପୁଣିଥରେ ଆଶାୟୀଙ୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହିକ୍ରମରେ ସମର୍ଥକଙ୍କ ଏଭଳି ଦାବି ପଛରେ ସୁଜିତଙ୍କ ଯୋଜନା ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏନେଇ ସୁଜିତ ସିଂଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button