ରାଜନୀତି

୧୫ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା: ଶରତ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଛି କଂଗ୍ରେସ। ଏ ପର୍ଯ୍ୟନ୍ତ ମାତ୍ର ୪୭ ବିଧାନସଭା ଓ ୮ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି। ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ନେଇ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସ ପ୍ରାୟ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆ‌ସନ୍ତାକାଲି ସ୍କ୍ରିନିଂ କମିଟି ଓ ପରଦିନ ଅର୍ଥାତ୍ ରବିବାର ସିଇସି ବୈଠକ ବସିବ। ଓଡ଼ିଶା ପ୍ରଭାରୀ ଓ ବିଧାୟକ ଦଳ ନେତା ମଧ୍ୟ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ରାଜ୍ୟର ଜନସାଧାରଣ କଂଗ୍ରେସ ପ୍ରାର୍ଥୀଙ୍କୁ ଚାହିଁ ରହିଛନ୍ତି। ତେଣୁ ୧୫ ତାରିଖ ସୁଦ୍ଧା ପ୍ରାୟ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରାଯିବ। ଓଡ଼ିଶାରେ ୯ରୁ ୯୦ ମିସନ ସଫଳ ହେବ। ସବୁ ଆସନରେ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ଓ ବିଜେଡି ଅଘୋଷିତ ମେଣ୍ଟରେ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ଦଳରେ ପ୍ରାର୍ଥୀଙ୍କ ଅଭାବ ରହିଛି। କଂଗ୍ରେସ ନେତାଙ୍କୁ ନେଇ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

ବିଜେପି ଓ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତହିଁରେ ବିଫଳ ହୋଇଛନ୍ତି। ରାଜ୍ୟରେ ୧୬ଲକ୍ଷ ଓଡ଼ିଆ ଗୋଟିଏ ଓଳି ଖାଇବାକୁ ପାଉନାହାନ୍ତି। ପରିବର୍ତ୍ତନର ଲହର ଓଡ଼ିଶାରେ ଚାଲିଛି। ୨୪ବର୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ପତନ ହୋଇଥିଲା, ସେହିଭଳି ବିଜେଡି ସରକାରଙ୍କ ପତନ ହେବ। ପରିବର୍ତ୍ତନ ଲାଗି ଓଡ଼ିଶାବାସୀ ନିଷ୍ପତ୍ତି ନେଇ ସାରିଲେଣି। ରାଜ୍ୟବାସୀଙ୍କ ଆଶୀର୍ବାଦରୁ ଓଡ଼ିଶା‌ରେ କଂଗ୍ରେସ ସରକାର ଗଠନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ଦଳ ଡିଆଁ ପ୍ରାର୍ଥୀଙ୍କ ଉପରେ ନଜର ରଖିଛି। ଓଡ଼ିଶାରେ ବହୁ ନେତା ଦଳ ବଦଳାଇବା ସହ ଟିକେଟ୍‌ ହାତେଇବାରେ ସଫଳ ହେଉଛନ୍ତି। ତେଣୁ ଏଭଳି ନେତାଙ୍କୁ ଦଳରେ ସାମିଲ କରିବା ଲାଗି କଂଗ୍ରେସ ଆଶା ରଖିଛି। ଗତକାଲି ବିଜେଡି ନେତା ଅସିତ ପଟ୍ଟନାୟକ, କେନ୍ଦୁଝର ଜିଲ୍ଲା ସଦର ନିର୍ବାଚମଣ୍ଡଳୀର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପତ୍ନୀ ପ୍ରତିଭା ମଞ୍ଜରୀ ନାୟକ ଓ ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲବ ନାୟକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି। ତେଣୁ ଆଗକୁ ଅନେକ ନେତା କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button