ରାଜନୀତି

ୟୁପିର ସମସ୍ତ ୮୦ ଲୋକସଭା ଆସନରେ ପଛରେ ରହିଛି ମାୟାବତୀଙ୍କ ବିଏସପି – Kalinga News

[ad_1]

ନୂଆଦିଲ୍ଲୀ: ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶର ସମସ୍ତ ୮୦ଟି ଲୋକସଭା ଆସନରେ ପଛରେ ପଡ଼ିଛି।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ବିଏସପି ୧.୯୨ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୯.୧୬ ପ୍ରତିଶତ ଭୋଟ୍‌ ପାଇଛି। ଅପରାହ୍ନ ୨ଟା ସୁଦ୍ଧା ସମାଜବାଦୀ ପାର୍ଟି ପ୍ରାର୍ଥୀମାନେ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୟୁପିରେ ୩୭ଟି ଲୋକସଭା ଆସନରେ ଆଗୁଆ ଥିବା ବେଳେ ସେମାନଙ୍କ ‘ଇଣ୍ଡିଆ’ ମେଣ୍ଟ ଗୋଷ୍ଠୀର ସହଯୋଗୀ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।

ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ୩୩ଟି ଆସନରେ ଆଗୁଆ ଥିବା ବେଳେ ଏହାର ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ଏବଂ ଅପନା ଦଳ (ସୋନେଲାଲ) ଗୋଟିଏ ଲେଖାଏଁ ଲୋକସଭା ଆସନରେ ଆଗୁଆ ଅଛନ୍ତି। ଆଜାଦ ସମାଜ ପାର୍ଟି (କଂଶୀରାମ)ର ଚନ୍ଦ୍ରଶେଖର ନଗିନା (ଏସସି) ଆସନରୁ ତାଙ୍କ ବିଜେପି ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧.୦୯ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ଯେତେବେଳେ ନରେନ୍ଦ୍ର ମୋଦୀ ଲହର ରାଜ୍ୟରେ ବ୍ୟାପିଥିଲା ସେତେବେଳେ ବିଏସପି ମଧ୍ୟ ୟୁପିରେ କୌଣସି ଆସନ ଜିତିବାରେ ସଫଳ ହୋଇ ନଥିଲା।

୨୦୧୯ ଲୋକସଭା ନିର୍ବାଚନରେ ବିଏସପି ଏସପି ଏବଂ ଆରଆରଏଲଡି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ଏବଂ ୧୦ଟି ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button