ଦଳବଦଳ ମହଙ୍ଗା ପଡ଼ିଲା: ଢାଲି, ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ – Kalinga News

[ad_1]
ବିଧାନସଭା ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
ଭୁବନେଶ୍ବର: ଦଳବଦଳ ପାଇଁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଛି। ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଏହି ଦୁଇ ଜଣଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ବିଧାୟକ ଶ୍ରୀ ଢାଲି ଓ ଶ୍ରୀ ନାୟକଙ୍କ ବିଧାୟକ ପଦକୁ ବୁଧବାର ରଦ୍ଦ କରିଛନ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୧୯ରେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିଛି ଦିନ ତଳେ ଦୁଇନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଦୁଇ ବିଧାୟକ ନିଜଆଡ଼ୁ ବିଜେଡି ଛାଡ଼ିଥିବାରୁ ସେମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହା ଆଧାରରେ ବିଧାନସଭା ସଚିବାଳୟ ପକ୍ଷରୁ ମାର୍ଚ୍ଚ୧୯ରେ ଦୁଇ ବିଧାୟକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ସେମାନେ ଏହାର ଉତ୍ତର ଦେଇନଥିଲେ। ଏହାପରେ ଏପ୍ରିଲ ୨ ତାରିଖରେ ବାଚସ୍ପତି ସେମାନଙ୍କୁ ଚିଠି କରି ଏପ୍ରିଲ ୧୦ତାରିଖରେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ କହିଥିଲେ। କିନ୍ତୁ ଗତକାଲି ଦୁଇ ବିଧାୟକ ହାଜର ନହେବାରୁ ବାଚସ୍ପତି ସେମାନଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି। ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡ଼ିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରାଯାଇଛି ।
ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏବେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡ଼ିଲା ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି।
ବିିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ। ସେ କହିଛନ୍ତି, ଏହା ହେବାର ଥିଲା। ମୁଁ ଏଥିପାଇଁ ବିଚଳିତ ନୁହେଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସଭ୍ୟ ପଦ ରଦ୍ଦ ହେବାପରେ ଅରବିନ୍ଦ କହିଛନ୍ତି, ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ ।
[ad_2]