ସୀମାନ୍ତରେ ଛତିଶଗଡ଼ ପୁଲିସର ଯାଞ୍ଚ କଡ଼ାକଡ଼ି: କାର୍ରୁ ନଗଦ ୫ଲକ୍ଷରୁ ଅଧିକ ଟଙ୍କା ଜବତ – Kalinga News

[ad_1]
ସୋହେଲା: ଆଜି ବରଗଡ଼ ପଟୁ ଯାଉଥିବା ଏକ ଗାଡ଼ି (ଓଡି୧୭-ଏଏ-୫୭୬୧)କୁ ରାଜ୍ୟ ସୀମାନ୍ତ ରେହେଟିଖୋଲ (ଛତିଶଗଡ଼) ପୁଲିସ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୫ଲକ୍ଷ ୨୬ହଜାର ୪ଶହ ଟଙ୍କା ବାହାରିଥିଲା। ଗାଡ଼ି ଚାଳକ ବରଗଡ଼ ଜିଲ୍ଲା ତାଲମେଣ୍ଡା ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କୁ ଟଙ୍କା ସମ୍ପର୍କରେ ପଚରାଯିବାରୁ ସେ କୌଣସି ସଠିକ୍ ଉତ୍ତର ଦେଇପାରି ନଥିଲେ କି କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ସିଙ୍ଘୋଡ଼ା ପୁଲିସ ଏନେଇ ଏକ ମାମଲା ରୁଜୁକରି ଟଙ୍କା ଜବତ କରିଥିବା ଥାନା ଟିଆଇ ମହେଶ ସାହୁ ସୂଚନା ଦେଇଛନ୍ତି। ଏଥିସହ ଗତ ମାସକ ମଧ୍ୟରେ ୧୦କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁ ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟକୁ ନିୟମିତ ବିଭିନ୍ନ ଯାନବାହନରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା କାରଣରୁ ଛତିଶଗଡ଼ ମହାସମୁନ୍ଦ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ସେଲ, କ୍ରାଇମବ୍ରାଞ୍ଚ, ସିଙ୍ଘୋଡ଼ା ଏବଂ ସରାଇପାଲି ପୁଲିସ ପକ୍ଷରୁ ଜାତୀୟ ରାଜପଥ ଉପରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି।
[ad_2]




