ଅପରାଧ

ରାଇଘରରେ ଗୋଷ୍ଠୀ ସଂଘର୍ଷ, ୧୧ ଗୁରୁତର – Kalinga News

[ad_1]

ନବରଙ୍ଗପୁର: ସରକାରୀ ଜାଗାକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ହାତୀ ବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ଉଭୟ ପକ୍ଷର ୧୧ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ହାତୀବେନା ଗାଁରେ ପ୍ରାୟ ଏକ ବର୍ଷ ଧରି ଏକ ସରକାରୀ ଜମିରେ ବସବାସ କରୁଥିବା ଏକ ଗୋଷ୍ଠୀ ସହିତ ଗ୍ରାମର ଅନ୍ୟ କିଛି ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବହୁ ବର୍ଷ ହେଲା ସେଠାରେ ବସବାସ କରୁଥିବା ପରିବାର ଲୋକଙ୍କୁ ହଟାଇବାକୁ ଯାଇ ଏହି ବିବାଦ ଚାଲିଥିବା ବେଳେ ଉଭୟ ଗୋଷ୍ଠୀ ସେହି ସମୟରେ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଘଟଣାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ, ରାଇଘର ତହସିଲଦାର ଓ ପୁଲିସ ପ୍ରଶାସନ ମଧ୍ୟ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ହେଁ ବିବାଦର ସମାଧାନ ହୋଇ ନଥିଲା। ତେବେ ଗତକାଲି ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା।

ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି। ପରେ ଗୁରୁତରଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଗୁରୁତରଙ୍କ ମଧ୍ୟରୁ କିଛି ଜଣଙ୍କୁ ଉମରକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button