ଅପରାଧ

ଦୁର୍ଘଟଣାଗ୍ରସ୍ତ କାରରୁ ଓହ୍ଲାଉଥିବା ବେଳେ ବାପ, ପୁଅ ଓ ମା’ ଉପ‌ରେ ଚଢ଼ିଗଲା ଟ୍ରକ – Kalinga News

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ଦୌସା ଜିଲ୍ଲାର ବାନ୍ଦିକୁଇ ଅଞ୍ଚଳରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଜାତୀୟରାଜପଥରେ ହଠାତ ଏକ ଷଣ୍ଢ ପଶି ଆସିବାରୁ ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ଯାଇ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ କାରରେ ବସିଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରକୁ ବାହାରୁଥିବା ବେ‌ଳେ ବାପା, ମା’ ଓ ପୁଅ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ମାଡ଼ି ଯାଇଥିଲା। ଫଳରେ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ରାସ୍ତରେ ଛିଡ଼ା ହୋଇଥିବା ଅନ୍ୟ ୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

ଏହି ଦୁର୍ଘଟଣା ସମ୍ପର୍କରେ ବାନ୍ଦିକୁଇ ଥାନା ଅଧିକାରୀ ସୁରେନ୍ଦ୍ର ମଲିକ କହିଛନ୍ତି, ଏକ କାରରେ ପରିବାରର ୯ଜଣ ସଦସ୍ୟ ଅହମ୍ମଦାବାଦରୁ ଅସ୍ତି ବିସର୍ଜନ କରିବାକୁ ଯାଉଥିଲେ। ଏହି ସମୟରେ ହଠାତ ସେମାନଙ୍କ କାର ସାମ୍ନାକୁ ଏକ ଷଣ୍ଢ ପଶି ଆସିଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ଯାଇ ପିଟି ହୋଇଯାଇଥିଲା।

ଭୟରେ କାର ଭିତରେ ଥିବା ସଦସ୍ୟମାନେ ଓହ୍ଲାଇ ପଡ଼ି ଜାତୀୟରାଜପଥରେ ଛିଡ଼ା ହୋଇଥିଲେ। ଏହି ସମୟରେ ହଂସମୁଖ(୩୨), ହଂସମୁଖଙ୍କ ସ୍ତ୍ରୀ ସୀମା ଓ ତାଙ୍କ ୫ବର୍ଷର ପୁଅ ମୋହନ କାରରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ଟ୍ରକ ମାଡ଼ି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ମୃତକଙ୍କୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଗୁରୁତର ନୀଲମ, ଗୀତା, ଗୀତାଙ୍କ ଝିଅ, ହଂସମୁଖଙ୍କ ୩ବର୍ଷର ପୁଅ ଓ ବିରିଟ ଭ‌ାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button