ପ୍ରଶାନ୍ତ ଜଗଦେବ ଏସ୍ସିବିରୁ ଡିସ୍ଚାର୍ଜ ହେଲେ – Kalinga News

[ad_1]
କଟକ: କଟକ ବଡ଼ ଡାକ୍ତରଖାନାରୁ ରବିବାର ଭୋରରେ ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବ ଡିସଚାର୍ଜ ହୋଇଛନ୍ତି। ୧୧ ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଗତ ମେ’୨୯ ତାରିଖରେ ସେ ଅସୁସ୍ଥ ହୋଇ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଗତ ମେ’୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍କୁ ପଠାଇ ଦିଆଯାଇଥିଲା।
ଜେଲ୍ରେ ଥିବା ବେଳେ ମେ’୨୮ ତାରିଖରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ମେ’୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ଏବଂ ରକ୍ତଶର୍କରାସ୍ତର ବଢ଼ି ଯାଇଥିବା କୁହାଯାଇଥିଲା।
ଗତ ମେ’୩୧ ତାରିଖରେ ପ୍ରଶାନ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ରବିବାରଠାରୁ ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି।
ସୂଚନାଯୋଗ୍ୟ, ୨୦୧୪ରେ ବିଜେଡି ଟିକେଟରେ ସେ ବେଗୁନିଆରୁ ଏବଂ ୨୦୧୯ରେ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ଟକେଟରେ ନିର୍ବାଚନ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରିଛନ୍ତି।
[ad_2]