ଅପରାଧ

ଆମେରିକାରେ ଅପହୃତ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: ୧ ଲକ୍ଷ ଟଙ୍କା ଦାବି କରିଥିଲା ଅପହରଣକାରୀ – Kalinga News

[ad_1]

ୱାସିଂଟନ: ଆମେରିକାରେ ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଭାରତୀୟ ଛାତ୍ରଙ୍କ ସୁରକ୍ଷା ନେଇ ବିଭିନ୍ନ ସଂଗଠନ ବାଇଡେନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆମେରିକାର ଓହିଓରୁ ୨୫ ବର୍ଷୀୟ ଭାରତୀୟ ଛାତ୍ର ମହମ୍ମଦ ଅବଦୁଲ ଅରଫତଙ୍କ ମୃତଦେହ ମିଳିଛି। ଗତ ୩ ସପ୍ତାହ ହେଲା ସେ ନିଖୋଜ ଥିଲେ। ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ ଅବଦୁଲଙ୍କୁ କିଛି ଲୋକ ଅପହରଣ କରିବା ପରେ ଅର୍ଥ ଦାବି କରିଥିଲେ। ଅପହରଣକାରୀମାନେ ହାଇଦ୍ରାବାଦରେ ରହୁଥିବା ଅବଦୁଲଙ୍କ ବାପାଙ୍କ ଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ମିଳିଲେ କିମ୍ବା ପୁଲିସକୁ ଖବର ଦେଲେ ଅବଦୁଲଙ୍କ କିଡନି ବିକ୍ରି କରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ଆଜି ଛାତ୍ରଙ୍କ ମୃତ୍ୟୁ ଖବର ଆସିବା ପରେ ଦୂତାବାସ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛି- ଅବଦୁଲଙ୍କୁ ଖୋଜିବା ପାଇଁ ଚାଲିଥିବା ସର୍ଚ୍ଚ ଅପରେସନରେ ତାଙ୍କ ମୃତଦେହ ଓହିଓର କ୍ଲିଭଲ୍ୟାଣ୍ଡରୁ ମିଳିଛି। ଦୁଃଖର ଏହି ମୁହୂର୍ତ୍ତରେ ଆମେ ପରିବାର ସହିତ ଅଛୁ। ଖୁବ୍ ଶୀଘ୍ର ମୃତଦେହ ଭାରତ ପଠାଯିବ।

ଅବଦୁଲ ଗତ ବର୍ଷ ମେ ମାସରେ କ୍ଲିଭଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପାଇଁ ନାମ ଲେଖାଇଥିଲେ। ପ୍ରାୟ ତିନି ସପ୍ତାହ ତଳେ ଅବଦୁଲଙ୍କ ବାପା ମହମ୍ମଦ ସଲିମଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କ ପୁଅକୁ ଅପହରଣ କରାଯାଇଛି। ଛାତ୍ରଙ୍କୁ ମୁକ୍ତ କରିବା ପାଇଁ ସେମାନେ ପ୍ରାୟ ୧ ଲକ୍ଷ ଟଙ୍କା (୧୨ ଶହ ଡଲାର) ଦାବି କରିଥିଲେ। ତେବେ ସେମାନେ ଏହି ଅର୍ଥ କାହାକୁ ଓ କିଭଳି ଦିଆଯିବ ତାହା ଜଣାଇନଥିଲେ କି ପରବର୍ତ୍ତୀ ସମୟରେ କୌଣସି ଯୋଗାଯୋଗ କରିନଥିଲେ।

ଚଳିତ ବର୍ଷ ଆମେରିକାରେ ୧୧ ଭାରତୀୟଙ୍କୁ ହତ୍ୟା କରାଗଲାଣି
ଚଳିତ ବର୍ଷ ଆମେରିକାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ହତ୍ୟା କରାଗଲାଣି। ଅଧିକାଂଶ ମାମଲାରେ ଭାରତୀୟ ଛାତ୍ରଙ୍କୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ଭାରତୀୟ ଦୂତାବାସ ମଧ୍ୟ ଓହିଓରେ ଅନ୍ୟ ଜଣେ ଭାରତୀୟ ଛାତ୍ର ସତ୍ୟସାଇ ଗାଡ଼େଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲା। ତେବେ ତାଙ୍କର ମୃତ୍ୟୁ କେବେ ଓ କେମିତି ହେଲା ସେ ନେଇ ବିସ୍ତୃତ ସୂଚନା ପ୍ରଘଟ କରାଯାଇନାହିଁ।ଫେବ୍ରୁଆରି ୪ରେ ସିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଓ ଲୁଟ୍‌ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଗତ ଫେବ୍ରୁଆରି ୨ ତାରିଖରେ ଓହିଓରେ ଭାରତୀୟ ଛାତ୍ର ଶ୍ରେୟସଙ୍କ ଅତ୍ୟନ୍ତ ରହସମୟ ସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଜାନୁଆରି ୨୦ ତାରିଖରେ ଇଲିନୋଇସ୍ ବିଶ୍ୱବିଦ୍ୟାଳୟ ବାହାରେ ଅକୁଲ ଧାୱନଙ୍କ ମୃତଦେହ ମିଳିଥିଲା। ଜର୍ଜିଆ ରାଜ୍ୟରେ ଜଣେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଜାନୁଆରି ୧୬ରେ ଅତି ନିର୍ମମ ହତ୍ୟା କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button