ଅପରାଧ

ପୁଣେ କମ୍ପାନିକୁ ଯୋଗାଇ ଦିଆଯାଉଥିବା ସିଙ୍ଗଡ଼ାରୁ ମିଳିଲା କଣ୍ଡୋମ୍, ଗୁଟ୍‌ଖା – Kalinga News

[ad_1]

ଜଣେ ଗିରଫ, ପାଞ୍ଚ ଜଣଙ୍କ ନଁାରେ ମାମଲା

ପୁଣେ: ପୁଣେର ପିମ୍ପରୀ ଚିଞ୍ଚୱାଡରେ ଏକ ପ୍ରମୁଖ ଅଟୋମୋବାଇଲ କମ୍ପାନିକୁ ଯୋଗାଇ ଦିଆଯାଉଥିବା ସିଙ୍ଗଡ଼ାରୁ କଣ୍ଡୋମ, ଗୁଟଖା ଏବଂ ଗୋଡ଼ି ମିଳିବା ପରେ ଜଣଙ୍କୁ ଗିରଫ କରାଯିବା ସହ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଯେଉଁମାନଙ୍କୁ ସିଙ୍ଗଡ଼ା ଯୋଗାଇବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ଏକ ସବ୍ କଣ୍ଟ୍ରାକ୍ଟିଂ ଫାର୍ମର ଦୁଇ ଜଣ କର୍ମଚାରୀ ଏବଂ ଅପମିଶ୍ରଣ ଅଭିଯୋଗ ଥିବା ଅନ୍ୟ ଏକ ସଂସ୍ଥାର ତିନି ଜଣ ଅଂଶୀଦାର ଅଛନ୍ତି। ସିଙ୍ଗଡ଼ା ଠିକା ପାଇଥିବା ସଂସ୍ଥାକୁ ବଦନାମ କରିବା ପାଇଁ ତିନି ଜଣ ସହଯୋଗୀ ଏହି ଦୁଇ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି।

ଅଟୋମୋବାଇଲ କମ୍ପାନିର କ୍ୟାଣ୍ଟିନକୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ କ୍ୟାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଦାୟିତ୍ବ ନେଇଥିଲା। ମନୋହର ଏଣ୍ଟରପ୍ରାଇଜେସ୍ ନାମକ ଅନ୍ୟ ଏକ ସବ୍ କଣ୍ଟ୍ରାକ୍ଟ ଫାର୍ମକୁ ସିଙ୍ଗଡ଼ା ଯୋଗାଇବା ପାଇଁ କମ୍ପାନି ଚୁକ୍ତି କରିଥିଲା। ଶନିବାର ଅଟୋମୋବାଇଲ କମ୍ପାନିର କିଛି କର୍ମଚାରୀ ସିଙ୍ଗଡ଼ାରେ କଣ୍ଡୋମ, ଗୁଟଖା ଓ ଗୋଡ଼ି ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ମନୋହର ଏଣ୍ଟରପ୍ରାଇଜେସ୍‌ର କର୍ମଚାରୀଙ୍କୁ ପଚରାଉଚରା କରାଯିବା ପରେ ଫିରୋଜ ଶେଖ ଓ ଭିକି ଶେଖ ନାମକ ଦୁଇ ଜଣ ଶ୍ରମିକ ସିଙ୍ଗଡ଼ାରେ କଣ୍ଡୋମ, ଗୁଟଖା ଓ ଗୋଡ଼ି ଭର୍ତ୍ତି କରିଥିବା ଜଣାପଡ଼ିଥିଲା। ସେମାନଙ୍କ ନାମରେ ଆଇପିସିର ଧାରା ୩୨୮ (ବିଷ ପ୍ରୟୋଗ ମାଧ୍ୟମରେ କ୍ଷତି କରିବା) ଏବଂ ୧୨୦ ବି (ଆପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button