ଅପରାଧ

ଘୁମୁସର ଉଦୟଗିରିରେ ବଢୁଛି ମୋବାଇଲ ଫୋନ୍‌ ଚୋରଙ୍କ ଦୌରାତ୍ମ୍ୟ – Kalinga News

[ad_1]

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରରେ ଦିନକୁ ଦିନ ମୋବାଇଲ ଫୋନ୍‌ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସହରରେ ମାତିଛନ୍ତି ମୋବାଇଲ ଚୋର ଗ୍ୟାଙ୍ଗ। ଜନଗହଳି ସ୍ଥାନରେ ଲୋକଙ୍କୁ ଟାର୍ଗେଟ କରି ଅଭିନବ କୌଶଳରେ ମୋବାଇଲ ଚୋରି କରୁଥିବା ସୂଚନା ମିଳିଛି।

ଗତ ୧୫ଦିନ ଭିତରେ ୫୦ରୁ ଊର୍ଦ୍ଧ୍ଵ ମୋବାଇଲ ଚୋରି ହେବା ସୂଚନା ମିଳିଛି। ମୋବାଇଲ ଚୋରିର ଶିକାର ହେବା ପରେ କିଛି ଲୋକ ଥାନାରେ ଜଣାଉଥିବା ବେଳେ ଆଉ କିଛି ଲୋକ ନିଜ ଭାଗ୍ୟକୁ ଆଦରି ଚୁପ ରହୁଛନ୍ତି। ବିଶେଷ କରି ସକାଳୁ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ପରିବା ବଜାରରେ ଭିଡର ସୁଯୋଗ ନେଇ ମୋବାଇଲ ଲୁଟେରା ଅତି ଚତୁରତାର ସହ ପରିବା ବାଛିବା ବେଳେ ଟାର୍ଗେଟ କରି ମୋବାଇଲ ଲୁଟ କରିଥାନ୍ତି। ଯେମିତିକି ମୋବାଇଲଧାରୀ ନିଜ ମୋବାଇଲ ଚୋରି ହେବାର ସୁରାକ ବି ପାଇ ପାରୁନାହାନ୍ତି। ଅନ୍ୟ ଏକ ସ୍ଥାନ ହେଲା ସାପ୍ତାହିକ ହାଟ ସେଇ ସ୍ଥାନରେ ମଧ୍ୟ ଏହିଭଳି ଉପାୟରେ ମୋବାଇଲ ଚୋରି ହେବାରେ ଲାଗିଛି। ଏତେ ମାତ୍ରାରେ ମୋବାଇଲ ଚୋରି ହେଉଛି ହେଲେ ଚୋରର ଟେର ପାଇପାରୁନି ପୁଲିସ। ମୋବାଇଲ ଚୋରି  କରୁଛି କିଏ ତାର ତିଳେ ବି ସୁରାକ ପାଉନି ପୁଲିସ। ମୋବାଇଲ ଚୋରି ରୋକିବା ସହ ଚୋରି ମୋବାଇଲ ଉଦ୍ଧାର କରିବା ସ୍ଥାନୀୟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button