ରାଜନୀତି

ପୁଣି ଧାରଣାଦେଲେ ଲିକୁଙ୍କ ସମର୍ଥକ: ଧର୍ମଶାଳା ବିଜେପିର ପ୍ରାର୍ଥିତ୍ବ ବିବାଦ – Kalinga News

[ad_1]

ଭୁବନେଶ୍ବର/ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପିର ପ୍ରାର୍ଥୀ ବିବାଦ ଜଟିଳ ହେବାରେ ଲାଗିଛି। ଧର୍ମଶାଳା ଆସନର ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ନାମ ଘୋଷଣା ପରେ ଅନ୍ୟତମ ଆଶାୟୀ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକମାନେ ଏହାର ଜୋରଦାର ପ୍ରତିବାଦ କରୁଛନ୍ତି। ଆଜି ଜାରକା ମହୋତ୍ସବ ପଡ଼ିଆରୁ ଲିକୁଙ୍କ ହଜାରହଜାର ସମର୍ଥକ ବାଇକ୍‌ ଶୋଭାଯାତ୍ରାରେ ବାହାରି ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ଦେଇଛନ୍ତି। ଲିକୁଙ୍କୁ ଟିକେଟ ନମିଳିଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକ ରୋକ୍‌ଠୋକ୍‌ କହିଛନ୍ତି।

ଏହାପୂର୍ବରୁ ଗତ ୨ତାରିଖରେ ଲିକୁଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ଚୟନର ପୁନଃବିଚାର କରିବାକୁ ଦାବି କରିଥିଲେ। ଲିକୁଙ୍କୁ ଟିକେଟ ଦେବାକୁ ଅଡ଼ି ବସିଥିଲେ। ୨ଦିନ ଅହୋରାତ୍ର ଧାରଣା ଦେବାପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ କର୍ମୀଙ୍କୁ ବୁଝାସୁଝା କରିଥିଲେ। ତିନିଦିନ ସମୟ ଦେବାକୁ କହି ଆନ୍ଦୋଳନକାରୀମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଥିଲେ। ଆଜି ପୁଣିଥରେ ଲିକୁଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଟିକେଟ୍ ଦେବାକୁ ଦାବି ଦୋହରାଇ ଧାରଣା ଦେଇଛନ୍ତି। ଏ ସଂପର୍କରେ ବିଜେପିର ରାଜ୍ୟ ନେତୃତ୍ବ କେନ୍ଦ୍ରୀୟ ନେତାଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button