ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ଭଡ଼ାଘରେ ରହିବେ ଅଜୟ କୁମାର – Kalinga News

[ad_1]
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାରଙ୍କ ନିଯୁକ୍ତି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି। ଡକ୍ଟର କୁମାର ସାଧାରଣ ଲୋକଙ୍କ ମଧ୍ୟରେ କଂଗ୍ରେସର ଗ୍ରହଣୀୟତା ବୃଦ୍ଧି ଲାଗି ସ୍ବତନ୍ତ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାର କାର୍ଯ୍ୟାନ୍ବୟନ ପାଇଁ ସେ ନିଜେ ଓଡ଼ିଶାରେ ରହିବାକୁ ଯୋଜନା କରିଛନ୍ତି। କଂଗ୍ରେସ ଭବନ ନିକଟରେ ଏକ ଭଡ଼ା ଘର ଖୋଜା ଚାଲିଛି, ଯେଉଁଠାରେ ସେ ରହିବେ। ଏହିଠାରୁ ହିଁ ନିର୍ବାଚନ ରଣନୀତି କରାଯିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଢାଞ୍ଚାରେ ଦଳ କିଛି ପେସାଦାର ତଥା ଅଭିଜ୍ଞ ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ସ୍ଥିର କରିଛି। ରାଜ୍ୟ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା କିଛି ଯୁବକ ଏହି କାର୍ଯ୍ୟରେ ସାମିଲ ହେବେ। ସେମାନେ ସିଧାସଳଖ କଂଗ୍ରେସର କୌଣସି ନେତା, କର୍ମୀ କିମ୍ବା ଛାମୁଆ କର୍ମୀଙ୍କ ସହିତ ଯୋଗାଯୋଗରେ ରହିବେନାହିଁ। ବରଂ ଯେଉଁ ସବୁ ସ୍ଥାନରେ ଦଳ ପଛରେ ପଡ଼ୁଛି ବୋଲି ସୂଚନା ମିଳିବ, ସେସବୁ ସ୍ଥାନରେ ନେତାମାନଙ୍କୁ ଦିଗ୍ଦର୍ଶନ ଦେବେ ଓ ସହଯୋଗ କରି ନିର୍ବାଚନ ଜିତାଇବେ।

Sambad is now on WhatsApp
Join and get latest news updates delivered to you via WhatsApp
ଡକ୍ଟର ଅଜୟ କୁମାରଙ୍କ ପୂର୍ବରୁ ନିଯୁକ୍ତି ପାଇଥିବା ପ୍ରଭାରୀମାନେ ମଧ୍ୟ ଓଡ଼ିଶାରେ କଂଗ୍ରେସକୁ ସଂଗଠିତ କରିବା ଲାଗି ନିଜ ଶୈଳୀରେ ଉଦ୍ୟମ କରିଥିଲେ। ଗତ ଦୁଇ ଦଶନ୍ଧିର ଇତିହାସ ପୃଷ୍ଠା ଓଲଟାଇଲେ ଦେଖାଯାଉଛି ଯେ କମଳନାଥ, ଗୁଲାମନବୀ ଆଜାଦ, ଦିଗ୍ବିଜୟ ସିଂହ, ଭି ନାରାୟଣସ୍ବାମୀ, ଅଜୟ ମାକେନ, ଜଗଦିଶ ଟାଇଟଲର, ବିକେ ହରିପ୍ରସାଦ, ଜିତେନ୍ଦ୍ର ସିଂହ, ଚେଲ୍ଲା କୁମାରଙ୍କ ।।ଭଳି ବରିଷ୍ଠ ନେତାମାନେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ଥିଲେ। ନିଜ ନିଜ ଢଙ୍ଗରେ ସେମାନେ କଂଗ୍ରେସକୁ ନେତୃତ୍ବ ଦେଇଛନ୍ତି। ଏହା ସହିତ ନିର୍ବାଚନ ବେଳେ ଓସ୍କାର ଫର୍ଣ୍ଣାଣ୍ଡିଜ୍, ଭାୟାଲାର ରବି, ସନ୍ତୋଷ ବାଗ୍ରୋଡ଼ିଆ, ଚରଣଦାସ ମହନ୍ତ, ପୱନ ସିଂହ ଘଟଵାର, ଟିଏସ୍ ସିଂହଦେଓ, ଭିଡ଼ି ସାଥିସନଙ୍କ ଭଳି ନେତାଙ୍କୁ ଦଳ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି। ହେଲେ କୌଣସି ସାଧାରଣ ନିର୍ବାଚନରେ ଦଳ ପ୍ରଭାବୀ ପ୍ରଦର୍ଶନ କରିପାରିନାହିଁ। ଆଶ୍ବସ୍ତର କଥା ହେଲା ଯେ ତଳସରା ଓ ଲକ୍ଷ୍ମୀପୁର ଦୁଇଟି ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା। ସେହିଭଳି ଗୋଟିଏ ସମୟରେ ଜଗଦିଶ ଟାଇଟଲର ବିଧାନସଭା ଘେରାଉ କରି ସରକାରଙ୍କୁ ଅକଳରେ ପକାଇ ଦେଇଥିଲେ। କଂଗ୍ରେସ କର୍ମୀଙ୍କ ମନରେ ସେବେ ଟାଇଟଲର୍ ଉତ୍ସାହ ଫେରାଇ ଆଣିଥିଲେ। ମାତ୍ର ବିଧାନସଭାରେ ଦଳକୁ ଶାସନକୁ ଫେରାଇ ଆଣିବା କ୍ଷେତ୍ରରେ ଏସବୁ ନେତାଙ୍କ ରଣକୌଶଳ ସଫଳ ହୋଇପାରିନାହିଁ।
ଠିକ୍ ଏମିତି ସମୟରେ ହାଇକମାଣ୍ଡ ଓଡ଼ିଶା ଲାଗି ସ୍ବତନ୍ତ୍ର ରଣନୀତି ଗ୍ରହଣ କରିବାକୁ ଯାଇ ପୂର୍ବତନ ଆଇପିଏସ୍ ଅଧିକାରୀ ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ବ୍ୟାପାର ବୁଝିବା ଲାଗି ନିଯୁକ୍ତି ଦେଇଛନ୍ତି। ସେ ୨୦୨୪ ସାଧାରଣ ନିର୍ବାଚନ ନ ଲଢ଼ୁଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଅଧିକ ସମୟ ଦେବେ ଓ କିଭଳି ଦଳ ଭଲ ପ୍ରଦର୍ଶନ କରିବ, ତାହା ହିଁ ତାଙ୍କର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ରଣନୀତି ଅନୁସାରେ, ୧୦ ଦିନ ମଧ୍ୟରେ ବୁଥ୍ କମିଟି, ପଞ୍ଚାୟତ ଓ ବ୍ଲକ କମିଟି ଗଠନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
[ad_2]