ରାଜନୀତି

ମଇଦାନକୁ ଆସିବେନି ଶ୍ୟାମବାବୁ: ୨୧ ଥର ନିର୍ବାଚନ ଲଢ଼ିଥିଲେ – Kalinga News

[ad_1]

ଏକା ସଙ୍ଗେ ନରସିଂହ ରାଓ, ବିଜୁ ପଟ୍ଟନାୟକଙ୍କ

ଭୁବନେଶ୍ବର: ‘ବାପାଙ୍କୁ ଆମେ ବାରମ୍ବାର ମନା କରୁ। କିନ୍ତୁ କାହା କଥା ଶୁଣନ୍ତି ନାହିଁ। ସେ ଯାହା ବୁଝିଥିବେ, ସେଇୟା। ଘରୋଇ କ୍ଲିନିକ୍‌ ଜରିଆରେ ଲୋକଙ୍କ ଚିକିତ୍ସା କରି ଯାହା ଆୟ କରିଥିବେ, ସେଥିରୁ ହିଁ ନିର୍ବାଚନ ଲଢ଼ନ୍ତି। ପ୍ରତି ଥର ପରାଜିତ ହେବା ପରେ ବି ସେ ହାରି ନଥା’ନ୍ତି। ପୁଣି ନିର୍ବାଚନ ଆସିଲେ ପୁଣି ଥରେ ପ୍ରାର୍ଥିପତ୍ର ଦାଖଲ କରନ୍ତି। ଏମିତି ୨୧ ଥର ନିର୍ବାଚନ ଲଢ଼ିଛନ୍ତି। କିନ୍ତୁ ଚଳିତ ବର୍ଷ ତାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ତେଣୁ ଆଉ ନିର୍ବାଚନ ଲଢିପାରିବେ ନାହିଁ।’ ଏହା କହିଛନ୍ତି ଶ୍ୟାମବାବୁ ସୁବୁଦ୍ଧିଙ୍କ ପୁଅ ପ୍ରଶାନ୍ତ ସୁବୁଦ୍ଧି। ୨୦୧୯ ମସିହାରେ ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନ ଲଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗଞ୍ଜାମ ଜିଲ୍ଲାର ହୋମିଓପାଥିକ୍‌ ଡାକ୍ତର ଶ୍ୟାମବାବୁ ସୁବୁଦ୍ଧି। ସେତେବେଳେ ତାଙ୍କ ବୟସ ଥିଲା ୮୪ ବର୍ଷ। ଏଥି ପୂର୍ବରୁ ୧୯୯୬ ମସିହାରେ ଏକା ସହିତ ବ୍ରହ୍ମପୁର ଲୋକସଭା ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପିଭି ନରସିଂହ ରାଓ ଏବଂ ଆସିକା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ଚର୍ଚ୍ଚିତ ହୋଇଥିଲେ।

୨୧ ଥର ନିର୍ବାଚନ ଲଢ଼ିଥିଲେ ଏକା ସଙ୍ଗେ ନରସିଂହ ରାଓ, ବିଜୁ ପଟ୍ଟନାୟକଙ୍କ
ବିରୋଧରେ ଥିଲେ ପ୍ରାର୍ଥୀ ପେଶା ଡାକ୍ତର, କିନ୍ତୁ ନିଶା ନିର୍ବାଚନ ଲଢ଼ିବା

ପୁଅ ପ୍ରଶାନ୍ତଙ୍କ ସୂଚନା ଅନୁଯାୟୀ, ଶ୍ୟାମବାବୁଙ୍କ ଜନ୍ମ ପିତଳ ଗାଁରେ। ୨୫ ବର୍ଷରୁ ଅର୍ଥାତ ୧୯୬୧ ମସିହାରେ ସେ ନିଜର ପ୍ରଥମ ନିର୍ବାଚନ ହିଞ୍ଜିଳିରୁ ଲଢି ୭୧୧ଟି ଭୋଟ ପାଇଥିଲେ। ଏହା ପରେ ସେ ଏହି ଆସନରୁ ୧୯୭୧, ୧୯୭୪, ୧୯୭୭ ଓ ୧୯୯୫ ମସିହାରେ ନିର୍ବାଚନ ଲଢ଼ିଥିଲେ। ୧୯୮୫ ଓ ୧୯୯୦ ମସିହାରେ କବିସୂର୍ଯ୍ୟନଗର ଓ ବ୍ରହ୍ମପୁର ବିଧାନସଭାର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ୧୯୭୭ ମସିହାରେ ପ୍ରଥମ କରି ଆସିକା ଲୋକସଭାରେ ପ୍ରାର୍ଥୀ ହୋଇ ୭,୦୪୨ ଭୋଟ ପାଇଥିଲେ। ୧୯୮୦, ୧୯୮୪ ଓ ୧୯୮୯ ମସିହାରେ ମଧ୍ୟ କ୍ରମାଗତ ଭାବରେ ଏହି ଆସନରୁ ଲଢି ହାରି ଯାଇଥିଲେ। ୧୯୯୮ ଓ ୧୯୯୯ ମସିହାରେ ନିର୍ବାଚନ ଲଢିବା ପାଇଁ ବ୍ରହ୍ମପୁର ଲୋକସଭା ଆସନକୁ ବାଛିଥିଲେ। ୧୯୯୧, ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଉଭୟ ଆସନରୁ ଏକାସହିତ ପ୍ରାର୍ଥୀପତ୍ର ଦାଖଲ କରନ୍ତି। ଶ୍ୟାମବାବୁ ନିଜ ନିର୍ବାଚନ ପ୍ରସଙ୍ଗକୁ ପ୍ରଚାରପତ୍ର ଜରିଆରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରନ୍ତି। ସେହି ରଣନୀତିରେ ପ୍ରତିବର୍ଷ ଲଢୁଥିବା ତାଙ୍କ ପୁଅ କହନ୍ତି। ତାଙ୍କ ପରିବାରରେ ବାପାଙ୍କ ବ୍ୟତୀତ ପୂର୍ବରୁ କିମ୍ବା ପରେ ଆଉ କେହି ରାଜନୀତିରେ ନଥିବା ପ୍ରଶାନ୍ତ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button