ଉଦୟନିଧି ଷ୍ଟାଲିନ ହେବେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ? – Kalinga News

[ad_1]
ଚେନ୍ନାଇ: ଆଗାମୀ ଦିନରେ ଡିଏମ୍କେ ନେତା ତଥା କ୍ରୀଡ଼ାମନ୍ତ୍ରୀ ଉଦୟନିଧିଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ପଦୋନ୍ନତି ମିଳିବା ନେଇ ତାମିଲନାଡୁର ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି। ଶାସକ ଦ୍ରାବିଡ଼ ମୁନେତ୍ରା କାଜାଗମ (ଡିଏମ୍କେ)ର ସୂତ୍ରରୁ ଜଣାପଡ଼ିଛି ଯେ ଏମ୍କେ ଷ୍ଟାଲିନ ଫେବ୍ରୁଆରିରେ ବିଦେଶ ଗସ୍ତରେ ଯିବେ, ଯାହା ଉଦୟନିଧି ଷ୍ଟାଲିନଙ୍କୁ ତାଙ୍କ ପିତାଙ୍କ ଡେପୁଟି ଭୂମିକା ଗ୍ରହଣ କରିବାକୁ ବାଟ ଖୋଲିଛି। ଜାନୁଆରି ୨୧ରେ ସାଲେମରେ ହେବାକୁ ଥିବା ଦଳର ଯୁବ ଶାଖା ବୈଠକ ପରେ ଏହି ପଦୋନ୍ନତି ହେବ ବୋଲି ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡିଏମ୍କେ ସାଂଗଠନିକ ସମ୍ପାଦକ ଟିକେଏସ୍ ଏଲାନଗୋଭାନ କହିଛନ୍ତି, ଉଦୟନିଧି ଉପମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସେ ଜାଣନ୍ତି ନାହିଁ। କିନ୍ତୁ ହେଲେ କିଛି ଦୋଷ ନାହିଁ କାରଣ ଉଦୟନିଧିଙ୍କର ଦଳରେ ସକ୍ରିୟ ସଂପୃକ୍ତି ରହିଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏମ୍କେ ଷ୍ଟାଲିନ ନେବେ ବୋଲି ସେ କହିଛନ୍ତି। କିନ୍ତୁ ଉଦୟନିଧି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଅପରପେକ୍ଷ ଏଆଇଏଡିଏମ୍କେ ପକ୍ଷରୁ କୁହାଯାଇଛି ଯେ, ଉଦୟନିଧି ଉପମୁଖ୍ୟମନ୍ତ୍ରୀ ହେବା ଖବର ଏକ ଗୁଜବ ନୁହେଁ, ଏହା ସତ୍ୟ। ଉଦୟନିଧିଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦିଆଗଲା। ଏହାପରେ ସେ ମନ୍ତ୍ରୀ ହେଲେ ଓ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୨୦୨୬ରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ଏହା ଦର୍ଶାଉଛି ଯେ ଗଣତନ୍ତ୍ର ନାଁରେ ଡିଏମ୍କେ ‘ପରିବାରବାଦ’ର ଉତ୍କୃଷ୍ଟ ଉଦାହରଣ। ସତ୍ୟନ୍ ଆହୁରି କହିଛନ୍ତି, ବାପା, ପୁଅ, ନାତି ଓ ଅଣନାତି ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଦଳର ନେତୃତ୍ୱ ନେବାକୁ ସକ୍ଷମ, ଯାହା ଦର୍ଶାଉଛି ଯେ ଡିଏମ୍କେରେ ଗଣତନ୍ତ୍ର ନାହିଁ। କିନ୍ତୁ ଏଆଇଏଡିଏମ୍କେ ଭଳି ଦଳରେ ଜଣେ ତୃଣମୂଳ ସ୍ତରର କର୍ମୀ ମଧ୍ୟ ଦଳର ମୁଖ୍ୟ ହୋଇପାରିବେ।
[ad_2]




