ରାଜନୀତି

ଅନସୂୟା ଓ ପ୍ରୀତିନନ୍ଦାଙ୍କ ପ୍ରଥମ ନିର୍ବାଚନ: ପତ୍ନୀଙ୍କ ରଥର ସାରଥୀ ସାଜିବେ ସ୍ବାମୀ – Kalinga News

[ad_1]

ଟିକେଟ୍‌ ମିଳିବା ଆଶଙ୍କାରେ ବାସନ୍ତୀ

ବାରିପଦ‌ା: ଚଳିତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଓ ବଡ଼ସ‌ାହି ଆସନରୁ ଦୁଇ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ମୋରଡ଼ାରୁ ବିଧାୟକ ରାଜକିଶୋର ଦ‌ାସଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋ ଓ ବଡ଼ସାହିରୁ ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ରଙ୍କ ପତ୍ନୀ ଅନସୂୟା ପାତ୍ର ପ୍ରାର୍ଥୀ ହୋଇଛନ୍ତି। ପ୍ରୀତିନନ୍ଦା ପୂର୍ବରୁ ରାଇରଙ୍ଗପୁର ଏନ୍‌ଏସିର ଉପାଧ୍ୟକ୍ଷା ଥିଲେ। ବିଜେଡିର ସାଂଗଠନିକ ପଦପଦବି ମଧ୍ୟ ସମ୍ଭାଳିଛନ୍ତି। ଅନ୍ୟପକ୍ଷରେ ଅନସୂୟାଙ୍କର ରାଜନୀତିରେ ବିଶେଷ ଅଭିଜ୍ଞତା ନାହିଁ।

ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରୀତିନନ୍ଦା ଓ ଅନସୂୟାଙ୍କ ରଥର ସାରଥୀ ‌ସାଜିବେ ସେମାନଙ୍କ ସ୍ବାମୀ ରାଜକିଶୋର ଓ ଗଣେଶ୍ବର। ରାଜକିଶୋର ବିଜେଡିର ଜଣେ ଦକ୍ଷ ସଂଗଠକ ତଥା ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା। ୨୦୧୯ରେ ସେ ନିର୍ବାଚନ ଜିତିଥିବା ବେଳେ ଗଣେଶ୍ବର ବି ୨୦୧୪ରେ ବଡ଼ସାହି ଆସନରୁ ନିର୍ବାଚିତ ହୋଇଥିଲେ। ଉଭୟ ନିର୍ବାଚନ ଜିତିବାର କଳା ଜାଣିଛନ୍ତି। ତେଣୁ ଏଥର ନିଜ ପତ୍ନୀଙ୍କୁ ବିଜୟର ସ୍ବାଦ ଚଖାଇବା ପାଇଁ ସେମାନେ ନେପଥ୍ୟ ନାୟକ ସାଜିବେ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡି ଓ ବିଜେପି ଉଭୟ ଦଳରୁ ଟିକେଟ୍‌ ନପାଇ ନିରାଶ ହୋଇଥିବା ଏକାଧିକ ଆଶାୟୀ ବିଦ୍ରୋହ ଘୋଷଣା କରି ସାରିଥିବାରୁ ତାହା ଏହି ଦୁଇ ନବାଗତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।

ଅନ୍ୟପକ୍ଷରେ ୨ ଅନଭିଜ୍ଞାଙ୍କୁ ଟିକେଟ୍‌ ଦେଇ ବିଜେଡି ରିସ୍କ ନେଇଥିଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ଅଭିଜ୍ଞ ନେତ୍ରୀ ବାସନ୍ତୀ ହେମ୍ବ୍ରମ୍‌ଙ୍କ ଉପରେ ଭରସା କରିପାରୁନି। ଏଥିପାଇଁ କରଞ୍ଜିଆ ଆସନକୁ ଝୁଲାଇ ରଖାଯାଇଛି। ନିଜ ଦଳରୁ ବିରୋଧ ହିଁ ବାସନ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button