ରାଜନୀତି

ଓଡ଼ିଶା ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ – Kalinga News

[ad_1]

ଭୁବନେଶ୍ବର: ଚଳିତ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ପ୍ରଦର୍ଶନ ବେଶ୍‌ ଭଲ ରହିଛି। କଂଗ୍ରେସ ୧୪ଟି ବିଧାନସଭା ଆସନରେ ଆଗୁଆ ରହିଛି। ଗତ ବିଧାନସଭା ନିର୍ବାଚନରେ ଦଳ ୯ ଆସନରେ ବିଜୟୀ ହୋଇଥିଲା। ତେବେ ଚଳିତ ଥର ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିଛି।

ଭୋଟ ଗଣତି ଜାରି ରହିଥିବା ବେଳେ ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସର ସମରେନ୍ଦ୍ର ମିଶ୍ର ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭା ଆସନରେ କଂଗ୍ରେସର ସତ୍ୟଶିବ ଦାସ ଆଗୁଆ ରହିଥିବା ବେଳେ ବାସୁଦେବପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଆଗୁଆ ଅଛନ୍ତି।

ସେହିପରି କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଳଦୀପ ଆଗୁଆ ଅଛନ୍ତି। ଭବାନୀପାଟଣାରେ କଂଗ୍ରେସ ନେତା ସାଗର ଦାସ ଆଗୁଆ ରହିଛନ୍ତି। ଜୟପୁର ବିଧାନସଭା ଆସନରେ ତାରା ବାହିନୀପତି ଆଗରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button