ଅପରାଧ

ଟଙ୍କା ଚାଲାଣ ସନ୍ଦେହ, ଆଜିଠୁ କଳା କାଚ ଯାଞ୍ଚ୍‌: ଉଲ୍ଲଂଘନ ହେଲେ ୫ ହଜାର ଟଙ୍କା ଜରିମାନା/ ୬ ମାସ ଜେଲ୍‌ – Kalinga News

[ad_1]

ଭୁବନେଶ୍ବର: ପୁଣି ଫେରିଲା କଳାକାଚ ଯାଞ୍ଚ୍‌ ଅଭିଯାନ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କଳାକାଚ ଆଢ଼ୁଆଳରେ ନିର୍ବାଚନ ଲାଗି ଟଙ୍କା ଚାଲାଣ ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ଗୁଇନ୍ଦା ରିପୋର୍ଟ ମଧ୍ୟ ଆସିଛି। ସେଥିପାଇଁ ପୁଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି କ୍ରମରେ ଟିନ୍‌ଟେଡ୍ ଗ୍ଲାସ୍‌ ଥିବା ଗାଡ଼ିକୁ ଯାଞ୍ଚ କରିବାକୁ ପୁଲିସ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଡିସିପି ଓ ଟ୍ରାଫିକ୍‌ ଡିସିପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ଏହି ଯାଞ୍ଚ କରିବେ।

ଉଲ୍ଲେଖଥାଉକି, ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ଜିନିଷ ଲଗାଇବା ଉପରେ ନିଷେଧାଦେଶ ରହିଛି। ଯଦି କୌଣସି ବ୍ୟକ୍ତି ବ୍ଲାକ୍‌ ଫିଲ୍ମ କିମ୍ବା ଅନ୍ୟ କିଛି ସେଫ୍‌ଟି ଗ୍ଲାସ୍‌ ଵିଣ୍ଡ୍‌ସ୍ ସ୍କ୍ରିନ୍‌ ଅଥବା ସାଇଡ୍‌ ସ୍କ୍ରିନ୍‌ରେ ଲଗାଇଥିବେ, ତେବେ ଏଣିକି ଫସିବେ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବ ପୁଲିସ। ଏହାଛଡ଼ା ସେକ୍ସନ୍‌ ୧୮୨ (ଏ) (୪) ଅନୁଯାୟୀ ୫,୦୦୦ ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିପାରନ୍ତି। ଆର୍‌ଟିଓ ଓ ପୁଲିସ ମିଳିତ ଭାବେ ଏହି ପଦକ୍ଷେପ ନେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି ଅଭିଯାନ ଆରମ୍ଭ ହେବ। ତେଣୁ ଲୋକମାନେ ନିଜ ଗାଡ଼ିରୁ ବ୍ଲାକ୍ ଫିଲ୍ମ କିମ୍ବା ସେହିପରି ଅନ୍ୟ କିଛି ଲଗାଇଥିଲେ ତାହାକୁ କାଢ଼ିଦେବାକୁ କମିସନର୍‌ ପରାମର୍ଶ ଦେଇଛନ୍ତି। ଗାଡ଼ିରେ କଳାକାଚ ନେଇ ପୂର୍ବରୁ ଅନେକ ଅଭିଯାନ କରାଯାଇଛି। ସଚେତନତା ପରେ ପୁଲିସ ସେସବୁ ଗାଡ଼ିକୁ ଧରି ଅର୍ବାନ ପୁଲିସ ଆଇନ ବଳରେ ୫୦୦ ଟଙ୍କା ଜରିମାନା ଆଦାୟ କରୁଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button