ରାଜନୀତି

ଖେଳ ଓଲଟାଇବ ବେଗୁନିଆ ଆସନ: ଜାନକୀଙ୍କ ଗଡ଼ ସଜାଡୁଛନ୍ତି ପୃଥ୍ବୀବଲ୍ଲଭ – Kalinga News

[ad_1]

କଂଗ୍ରେସ ନେବ ବଡ଼ ଭୂମିକା

ଖୋର୍ଦ୍ଧା: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ଇତିମଧ୍ୟରେ ରାଜନୀତିରୁ ଅବସର ନେଇଛନ୍ତି। ତାଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଭୁବନେଶ୍ବର ଲୋକସଭା ଆସନରୁ ଟିକେଟ୍ ଦେଇଛି। ଫଳରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମୀ କେବଳ ନିରାଶ ହୋଇଛନ୍ତି ତା’ ନୁହେଁ, ଏହି ଆସନଟି କଂଗ୍ରେସ ହାତରୁ ଚାଲିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗୁରୁତର ସହିତ ନେଇଛନ୍ତି। ଏଥିସହିତ ସମସ୍ତଙ୍କ ନଜର ଖୋର୍ଧା ଜିଲ୍ଲାର ଅନ୍ୟତମ କଂଗ୍ରେସ ଗଡ଼ ବେଗୁନିଆ ଉପରେ ନିବଦ୍ଧ ରହିଛି। ଦଳ ଏଠାରେ ସବୁବେଳେ ବଡ଼ ଲଢ଼େଇ ଦେଇଆସିଛି। ଏଣୁ ଏହି ଆସନ ଏବେ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଛି଼ଡ଼ା ହୋଇଛି। ବିଶେଷକରି ଏଠାରେ ବିଜେଡି-ବିଜେପି ପ୍ରାର୍ଥିତ୍ବକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ଏହି ଆସନରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାହାକୁ ବେଶ୍‌ ଗୁରୁତ୍ବ ଦିଆଯାଉଛି।

ବେଗୁନିଆକୁ କଂଗ୍ରେସର ସଶକ୍ତ ଦୁର୍ଗ କରାଇବାର ନାୟକ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଏ ବିଧାନସଭା କ୍ଷେତ୍ର କଂଗ୍ରେସର ଦୁର୍ଗ ଅପେକ୍ଷା ଜାନକୀ ବାବୁଙ୍କ ଗଡ଼ ଭାବେ ବେଶ୍ ପରିଚିତ। ଆଜକୁ ପ୍ରାୟ ୨୯ବର୍ଷ ତଳେ ଜାନକୀ ବାବୁ ୧୯୯୫ ମସିହାରେ ପ୍ରଥମେ ବେଗୁନିଆରେ ନିଜର ରାଜନୈତିକ ପାଦ ଥାପିଥିଲେ। ବେଗୁନିଆ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ସେ ୭୦ହଜାର ୨୨୩ଖଣ୍ଡ ଭୋଟ୍‌ ପାଇଥିଲେ। ସେବେ ପ୍ରତିଦ୍ବନ୍ଦ୍ବୀ ଜନତା ଦଳର ପ୍ରାର୍ଥୀ ପ୍ରସନ୍ନ ପାଟ୍ଟସାଣୀଙ୍କୁ ୨୨ହଜାର ୯୮୭ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ସେଦିନଠୁ ରାଜ୍ୟ ରାଜନୀତିରେ ବେଗୁନିଆ ବିଧାନସଭା କ୍ଷେତ୍ରର କଂଗ୍ରେସର ଦବ୍‌ଦବା ରହିଆସିଛି। ଜାନକୀ ବାବୁ ବେଗୁନିଆରୁ ୨୦୦୪ମସିହାରେ ଦ୍ବିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ସେଥର ସେ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିଲେ। ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କୁ ନେତୃତ୍ବ ଦେଇଥିବା ଦୃଷ୍ଟିରୁ ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ବେଶ୍ ଗୁରୁତ୍ବପୂର୍ଣ୍ଣ।

ଜାନକୀ ବାବୁ ଏ ନିର୍ବାଚନମଣ୍ଡଳୀକୁ ଛାଡ଼ିବା ପରଠାରୁ ୧୫ବର୍ଷ ହେଲା ଯଦିଓ କଂଗ୍ରେସ ଏଠୁ ଆଉ ବିଜୟୀ ହୋଇପାରିନାହିଁ, ତଥାପି ପ୍ରତିଦ୍ବନ୍ଦ୍ବୀକୁ ଭଲ ଲଢ଼େଇ ଦେଇଆସୁଛି। ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରୁ ପ୍ରଦୀପ ସାହୁଙ୍କୁ ଟିକେଟ୍‌ ଦେଇଥିଲା। ପଞ୍ଚାୟତ ନିର୍ବାଚନ ବେଳକୁ ହଠାତ୍‌ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିକୁ ଡିଆଁ ମାରିଲେ। ପ୍ରଦୀପଙ୍କ ଦଳଡିଆଁ ଯୋଗୁ ବେଗୁନିଆରେ କଂଗ୍ରେସ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ପୂର୍ବରୁ ସଂଗଠନ ସମ୍ଭାଳି ନେଇଛନ୍ତି ପୃଥ୍ବୀବଲ୍ଲଭ। ପୃଥ୍ବୀବଲ୍ଲଭ ନିଜେ ବେଗୁନିଆ କଂଗ୍ରେସର ଦାୟିତ୍ବ ମୁଣ୍ଡାଇଛନ୍ତି। ଅର୍ଥାତ୍ ଏବେ ଜାନକୀଙ୍କ ଦୁର୍ଗର ନେତୃତ୍ବ ତାଙ୍କ ପୁଅ ତଥା କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ହାତରେ ରହିଛି। ଉଲ୍ଲେଖଥାଉକି, ପଞ୍ଚାୟତ ନିର୍ବାଚନରେ ପୃଥ୍ବୀବଲ୍ଲଭଙ୍କ ନେତୃତ୍ବରେ କଂଗ୍ରେସ ୧୯ହଜାର ଭୋଟ୍‌ ସଂଗ୍ରହ ପାଇଥିଲା। ଗଲା ଦୁଇ/ତିନି ବର୍ଷ ମଧ୍ୟରେ ପୃଥ୍ବୀବଲ୍ଲଭ ବ୍ଲକ୍‌ଠାରୁ ଆରମ୍ଭ କରି ବୁଥ୍‌ ଯାଏ, କଂଗ୍ରେସ କମିଟି ଗଠନ କରି କଂଗ୍ରେସ ଗଡ଼କୁ ଅଧିକ ସଶକ୍ତ କରିଛନ୍ତି। ତେବେ କଂଗ୍ରେସ ଏଥର ପୃଥ୍ବୀବଲ୍ଲଭଙ୍କ ଉପରେ ଭରସା କରିବ ନାଁ ଆଉ କାହାକୁ ଟିକେଟ୍‌ ଦେବ ତାହାକୁ ବେଗୁନିଆବାସୀଙ୍କ ସହ ବିରୋଧୀ ଗୋଷ୍ଠୀ ଅପେକ୍ଷା କରିଛନ୍ତି। ଏଇଥିପାଇଁ ଯେ ବେଗୁନିଆରେ କଂଗ୍ରେସ ଯେତେ ଅଧିକ ଭୋଟ ପାଇବ, ତାହାର ସିଧା ପ୍ରଭାବ ଲୋକସଭା ଆସନ ଉପରେ ରହିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button