ବିଜେପି-ବିଜେଡି ଅପାରଗତାକୁ ଘରେ ଘରେ ପହଞ୍ଚାଇବ କଂଗ୍ରେସର ଏଲ୍ଇଡି ଭ୍ୟାନ୍ – Kalinga News

[ad_1]
ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛି କଂଗ୍ରେସ। ୨୪ ବର୍ଷର ନବୀନ ସରକାର ଓ ୧୦ବର୍ଷର ମୋଦୀ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ୩ଟି ଏଲ୍ଇଡି ଭ୍ୟାନ୍ର ଉଦ୍ଘାଟନ କରାଯାଇଛି। ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଖୁବଶୀଘ୍ର ଅନ୍ୟ ଏଲ୍ଇଡି ଗାଡ଼ିଗୁଡ଼ିକ ଓଡ଼ିଶାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଏହି ଏଲ୍ଇଡି ଭ୍ୟାନ ଭୁବନେଶ୍ବରଠାରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ୍, ପଞ୍ଚାୟତ ଓ ୱାର୍ଡମାନଙ୍କୁ ଯାଇ ଉଭୟ ସରକାରଙ୍କ ଜନବିରୋଧୀ ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ନିର୍ମାଣରେ କଂଗ୍ରେସର ଅନନ୍ୟ ଭୂମିକା ରହିଛି। ବିଜେଡି ଓ ବିଜେପି ପକ୍ଷରୁ କଂଗ୍ରେସ ବିରୋଧରେ ଯେଉଁ କୁତ୍ସାରଟନା କରାଯାଉଛି ତାହାର ସତ୍ୟାସତ୍ୟ ଏଲ୍ଇଡି ଭ୍ୟାନ୍ ଜଣାଇବ। ଦେଶ ତଥା ରାଜ୍ୟର ମହିଳା, କୃଷକ, ଯୁବକ ଓ ବଞ୍ଚିତବର୍ଗଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା କଂଗ୍ରେସର ପ୍ରମୁଖ ଦାୟିତ୍ବ। ଦଳ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି, ସେ ସଂପର୍କରେ ମଧ୍ୟ ଜନତାଙ୍କୁ ସଚେତନ କରାଯିବ।
ଏହି କାର୍ଯ୍ୟକ୍ରମରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଓଡ଼ିଶା ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ୍, ଏଆଇସିସି ଗଣମାଧ୍ୟମ ସେଲ୍ ପ୍ରଭାରୀ ବବିତା ଶର୍ମା, ହର୍ଷବର୍ଦ୍ଧନ ସଂପକାର, ବିଶ୍ବରଂଜନ ମହାନ୍ତି, ପଞ୍ଚାନନ କାନୁନ୍ଗୋ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଶ୍ବଜିତ ଦାସ, ରଣଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଂଜନ ଦାସ, ଲଲାଟେନ୍ଦୁ ଶତପଥୀ, ସଞ୍ଜୟ ତ୍ରିପାଠୀ, ତରୁଣକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ସାରଦା ପ୍ରସାଦ ପ୍ରଧାନ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
[ad_2]