ରାଜନୀତି

ତଳସରା ବିଧାନସଭା: ଡେରା ପକାଇଛନ୍ତି ହେମାନନ୍ଦଙ୍କ ଝିଅ – Kalinga News

[ad_1]

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ୯ ଥର କଂଗ୍ରେସ ଦଖଲରେ ଥିବା ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା କ୍ଷେତ୍ର ଦଳର ଅଭେଦ୍ୟ ଗଡ଼ ହୋଇ ରହିଥିଲା। ଦଳର ଜଣେ ଜନପ୍ରିୟ ବିଧାୟକ ଭାବେ ସ୍ବର୍ଗତ ଗଜାଧର ମାଝୀ ସର୍ବାଧିକ ୫ ଥର ନିର୍ବାଚିତ ହୋଇଥିଲେ। ୨୦୦୬ ମେ’ ୨୫ରେ ଗଜାଧରଙ୍କ ଦେହାନ୍ତ ହୋଇଯିବା ପରେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଝିଆରୀ ଜ୍ବାଇଁ ଡା. ପ୍ରଫୁଲ୍ଲ ମାଝୀ ୨୦୦୬ ଉପନିର୍ବାଚନ ପରଠୁ ଲଗାତର ୩ ଥର ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସକୁ ଝଟ୍‌କା ଲାଗିଥିଲା। ପ୍ରଥମ ଥର ପାଇଁ ଏଠାରେ ବିଜେପି ବାଜି ମାରିଥିଲା। ଦଳର ଭବାନୀ ଭୋଇ ପ୍ରଫୁଲ୍ଲଙ୍କୁ ପରାଜିତ କରିଥିଲେ। ଏହାପରେ ପ୍ରଫୁଲ୍ଲ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ। ନିର୍ବାଚନରେ ହ୍ୟାଟ୍ରିକ୍‌ ମାରିଥିବା ଟାଣୁଆ ଆଦିବାସୀ ନେତା ଡା. ମାଝୀ ଦଳ ଛାଡ଼ିବା ପରେ କଂଗ୍ରେସ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଥିଲା। ୨୦୨୪ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେ ଚିନ୍ତାରେ ପଡ଼ିଥିଲା। ହେଲେ ଏବେ ମୁକାବିଲା ପାଇଁ ଦଳ କମର ଭିଡ଼ିଛି।

ଏହି ସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସାନଝିଅ ଅମିତା ବିଶ୍ବାଳ ତଳସରା ବିଧାନସଭା ଉପରେ ନଜରରଖି ଏଠାରେ ଏକପ୍ରକାର ଡେରା ପକାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ଭୂୟାଁ ସମ୍ପ୍ରଦାୟର ପରିଚୟ ନେଇ ତଳସରାରେ ପ୍ରାର୍ଥୀହେବାକୁ ସେ ଲବି ଚଳାଇଛନ୍ତି। ଅନ୍ୟପଟେ ନିର୍ବାଚନ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ତାଲିକା ‌ସେତେ ଲମ୍ବିଚାଲିଛି। ଯୁବତୀ ଓ ଦାଦନ ଚାଲାଣ ବିରୋଧରେ ଲଢ଼େଇ କରୁଥିବା ପୂର୍ବତନ ଯୁବକଂଗ୍ରେସ ଜିଲ୍ଲା ସଭାପତି ତଥା ଜଙ୍ଗଲଜମି ଅଧିକାର ମଞ୍ଚନେତା ଆଲବର୍ଟ କିଣ୍ଡୋ, ପୂର୍ବତନ ଲୋକସଭା ସଦସ୍ୟ ମୋରିସ କୁଜୁରଙ୍କ ପୁତ୍ରବଧୂ ଅନିମା ମିଞ୍ଜ, ଗେରୋଟି ଖେସଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏହାଛଡ଼ା ଅବସରପ୍ରାପ୍ତ ବାଣିଜ୍ୟକର ନିର୍ଦେଶକ ଆନ୍ଥୋନି କୁଲୁ, ହକି ତାରକା ପ୍ରବୋଧ ତିର୍କୀ, ହକି ଖେଳାଳି ଇଲିୟାସ ତିର୍କୀ, ଅବସରପ୍ରାପ୍ତ ଆୟକର ବିଭାଗ ମୁଖ୍ୟ ଗୋବିନ୍ଦ ଭୋଇ, ଦେବେନ୍ଦ୍ର ଭିତିରିଆ, ସୁନୀଲ କିଷାନ, ପ୍ରଦୀପ ମିଞ୍ଜଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ତେବେ ପ୍ରାର୍ଥୀ ଚୟନରେ ଭୁଲ ନ କଲେ କଂଗ୍ରେସ ନିଜ ହୃତଗୌରବ ଫେରି ପାଇପାରେ ବୋଲି ରାଜନୀତି ବିଶେଷଜ୍ଞମ‌ାନେ ମତ ଦେଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button