ମନୋରଞ୍ଜନ

ଭିନ୍ନ ଆଙ୍ଗେଲରୁ ଅଶାଳୀନ ଫଟୋ ନେଉଥିବା ପାପାରାଜିଙ୍କ ଉପରେ କମ୍ପିଲେ ଆୟେଶା – Kalinga News

[ad_1]

ମୁମ୍ବାଇ: ଟିଭିର ସେଲିବ୍ରିଟିମାନଙ୍କ ମଧ୍ୟରୁ ଆୟେଶା ଖାନ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥ‌ାନ୍ତି। ସେ ଅନେକ ସମୟରେ ପାପାରାଜିମାନଙ୍କ ଉପରେ ରାଗି ଯାଉଥିବାର ନଜର ଆସନ୍ତି।

ନିକଟରେ ଆୟେଶା ଫଟୋଗ୍ରାଫରମାନଙ୍କ ବିଷୟରେ ଏକ ପୋଷ୍ଟ କରିଛନ୍ତି, ଯେଉଁମାନେ ବିଭିନ୍ନ ଦିଗରୁ ହିରୋଇନଙ୍କ ଫଟୋ ଉଠାନ୍ତି ବୋଲି ଆୟେଶା ଅଭିଯୋଗ କରିଛନ୍ତି।

ନିକଟ ଅତୀତରେ ମୃଣାଳ ଠାକୁର ଓ ପଲକ ତିୱାରୀ ସମାନ ଅଭିଯୋଗ ଆଣିଥିବା ବେଳେ ଏବେ ସେମାନଙ୍କ ସହ ଆୟେଶା ବି ଯୋଡ଼ି ହୋଇଛନ୍ତି।ସେ ଏପରି ଫଟୋ କ୍ଲିକ୍‌ କରୁଥିବା କେତେକ ଫ‌ଟୋଗ୍ରାଫର୍‌ଙ୍କୁ ଶିକ୍ଷା ଦେଇଛନ୍ତି ।

ଆୟେଶା ତା‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଏକ ଲମ୍ବା ପୋଷ୍ଟ୍‌ ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ନିଜର କ୍ରେଧ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ଇଏ କେଉଁ ଆଙ୍ଗେଲ୍‌? ଆପଣ କାହାକୁ ଜୁମ୍‌ କରିଛନ୍ତି। ମିଡିଆ ଚ୍ୟାନେଲ୍‌କୁ ଏକଥା କାହିଁକି ବୁଝାପଡୁନି? କ’ଣ ଏହି ଡରରେ ଜଣେ ମହିଳା ତା ଇଛା ଅନୁସାରେ ପୋଷାକ ପିନ୍ଧି ପାରିବନି କି କେବେ, କେଉଁଠା‌ରେ କେଉଁ ଆଙ୍ଗେଲ୍‌ରେ ଫଟୋ ଉଠିବ।’’

ସେ ଆହୁରି ବି ଲେଖିଛନ୍ତି ଯେ ‘‘ଜଣେ ମହିଳା କାର୍‌କୁ ବାହାରି ତା’ ପୋଷାକ ଠିକ୍‌ କରିବା କ୍ଷଣକୁ ବି ଆପଣ କ୍ୟାମେରାରେ କଏଦ କରିବେ? ଜଣେ ମହିଳା କହୁଛନ୍ତି ପଛରୁ ନିଅନ୍ତୁ ନାହିଁ। ହାଏ! ପରବର୍ତ୍ତୀ ପୋଷ୍ଟ ପାଇଁ ଆପଣ ତାହାକୁ କ୍ୟାପ୍‌ସନ କରିଦେଉଛନ୍ତି। ଆମର କିଛି ମିଡିଆ ଚ୍ୟାନେଲଗୁଡିକ ଆଚରଣ ଶିଖିବା ଆବଶ୍ୟକ।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button