ମନୋରଞ୍ଜନ

ଜୀବନ ହାରିଥିବା ମଡେଲଙ୍କ ସହ ଘନିଷ୍ଠ ଥିଲେ ଏହି କ୍ରିକେଟର – Kalinga News

[ad_1]

ନୂଆଦିଲ୍ଲୀ: ସୁରଟର ଜଣେ ଲୋକପ୍ରିୟ ମଡେଲ ତାନିଆ ସିଂହ ଜୀବନ ହାରିବା ପରେ ସ୍ଥାନୀୟ ପୁଲିସ ଯାଞ୍ଚ କଡ଼ାକଡ଼ି କରି ଦେଇଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ କ୍ରିକେଟରଙ୍କୁ ସମନ ପଠାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ତାନିଆଙ୍କ ମୋବାଇଲ ଜବତ କରାଯାଇଛି। ଏବେ ପୁଲିସ ମୋବାଇଲର ସିଡିଆର ଜରିଆରେ ମଡେଲଙ୍କ ଜୀବନ ହାରିବା ପଛର କାରଣ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ତାନିଆ ମଡେଲିଂ ଓ ଇଭେଣ୍ଟ ମ୍ୟାନେଜମେଣ୍ଟର କାମ କରନ୍ତି। ଗତ ଫେବ୍ରୁଆରି ୧୯ ତାରିଖରେ ମଡେଲ ଜୀବନ ହାରି ଦେଇଛନ୍ତି।

ପୁଲିସ ଯାଞ୍ଚରୁ ସାମ୍ନାକୁ ଆସିଛି କି ଅଭିଷେକଙ୍କ ସହିତ ମଡେଲ ତାନିଆ ସିଂହଙ୍କ ଅନେକ ଫଟୋ ରହିଛି। ତାନିଆ ଇନଷ୍ଟାଗ୍ରାମରେ ଅନେକ ମେ‌ସେଜ ଆଇପିଏଲ କ୍ରିକେଟର ଅଭିଷେକଙ୍କୁ ପଠାଇଥିଲେ। କିନ୍ତୁ ଅଭିଷେକ ତାଙ୍କୁ କୌଣସି ପ୍ରକାର ଉତ୍ତର ଦେଇ ନଥିବା ଜଣାପଡ଼ିଛି।

ତାନିଆଙ୍କ ମୃତଦେହ ଉଦ୍ଧାର କରିବା ସମୟ‌ରେ ତାଙ୍କ କାନରେ ହେଡଫୋନ ଲାଗିଥିଲା। ତେବେ ସେ ଏମିତି ପଦକ୍ଷେପ କାହିଁକି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରିନାହିଁ।

ସୁରଟ ପୁଲିସର ଏସିପି ବିଆର ମଲହୋତ୍ରା କହିଛନ୍ତି, ‘ଫେବ୍ରୁଆରି ୧୯ ତାରିଖରେ ତାନିଆ ସିଂହ ପଙ୍ଖାରେ ଦୌଡ଼ି ‌ଦେଇ ଜୀବନ ହାରି ଦେଇଥିଲେ। ଏହାପରେ ତାନିଆଙ୍କ ବାପା ଭବାନି ସିଂହ ବେସୁ ପୁଲିସ ଥାନାରେ ସୂଚନା ଦେବାପରେ ମାମଲା ରୁଜୁ କରାଯାଇଛି।

ପୁଲିସ ମାମଲାର ଯାଞ୍ଚ କରୁଛି। ମୋବାଇଲ କଲ ଡିଟେଲ ସାମ୍ନାକୁ ଆସି ଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ଏଥିସହିତ ତାନିଆଙ୍କ ପରିବାରଲୋକଙ୍କ ବୟାନ ନିଆଯାଉଛି।

ସୂଚନାଯୋଗ୍ୟ, ମଡେଲ ତାନିଆ ସିଂହ ଜୀବନ ହାରିବା ପୂର୍ବରୁ ଶେଷଥର ପାଇଁ କ୍ରିକେଟର ଅଭିଷେକ ଶର୍ମାଙ୍କ ସହିତ କଥା ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହି ଘଟଣାରେ ଅଭି‌ଷେକଙ୍କ ସମ୍ପୃକ୍ତ ଥିବା ନେଇ କୌଣସି ପ୍ରକାର ପ୍ରମାଣ ମିଳିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button