ସକାଳୁ ପାର୍କମୁହାଁ ନେତା: ଭୋଟ୍ ନ ମାଗି ମନ ଜିଣିବାକୁ ପ୍ରୟାସ – Kalinga News
[ad_1]
ଭୁବନେଶ୍ବର: ନିର୍ବାଚନ ବିଗୁଲ୍ ବାଜିଛି। ଗୋଟେ ପରେ ଗୋଟେ ପ୍ରମୁଖ ଦଳ ଟିକେଟ ଘୋଷଣା କରୁଛନ୍ତି। ବିକାଶର ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ପ୍ରାର୍ଥୀ। ଭୁବନେଶ୍ବରରେ ୩ ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି, ହେଲେ ଏବେଠାରୁ ଜମିଲାଣି ଟିକେଟ ପାଇଥିବା ଓ ଟିକେଟ ଆଶାରେ ଥିବା ପ୍ରାର୍ଥୀଙ୍କ ପ୍ରଚାର। ରାଜଧାନୀରେ ନୂଆ ନୂଆ ଢଙ୍ଗରେ ପ୍ରଚାର କରି ଭୋଟରଙ୍କ ମନ ଜିଣୁଛନ୍ତି ନେତା। ସକାଳୁ ଚା’ ଖଟି ଠାରୁ ଆରମ୍ଭ କରି ବିଭିନ୍ନ ପାର୍କରେ ବୁଲି ବୁଲି ନିଜ ସପକ୍ଷରେ ମତ ସଂଗ୍ରହ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିଜର ନିଆରା ଶୈଳୀ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଛନ୍ତି ସାଂସଦ ଅପରାଜିତା। ‘ଚା’ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରି ଚା’ ଖଟିରେ ଲୋକଙ୍କୁ ଭେଟୁଛନ୍ତି। ୪ ଦିନ ତଳେ ସେ ସକାଳୁ ପହଞ୍ଚିଥିଲେ ବିଜୁ ପଟ୍ଟନାୟକ ପାର୍କ ପରିସରରେ। ପାଦଚଲା ରାସ୍ତାରେ ବୁଲି ବୁଲି ସକାଳୁ ଚାଲିବାକୁ ଆସୁଥିବା ଜନସାଧାରଣଙ୍କୁ ଭେଟିଥିଲେ। କେବଳ ସେତିକି ନୁହେଁ, ପାର୍କରେ ଯୋଗାଭ୍ୟାସ କରୁଥିବା ଲୋକଙ୍କ ସହ ଯୋଗ କରିଥିଲେ। ବରିଷ୍ଠ ନାଗରିକଙ୍କ ମେଳିରେ ବସି ସୁଖ ଦୁଃଖ ହୋଇଥିଲେ। ଏହାଛଡ଼ା ଜୁମ୍ବା ଡ୍ୟାନ୍ସ ସହ ବ୍ୟାଡମିଣ୍ଟନ ଖେଳିବାକୁ ଭୁଲି ନଥିଲେ। ଏହାପରେ ପାର୍କ ପରିଷ୍କାର କରୁଥିବା କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ସିଧାସଳଖ ଭୋଟ୍ ନ ମାଗି କେମିତି ଲୋକଙ୍କ ମନ ଜିଣି ହୁଏ, ସେହି କୌଶଳ ଆପଣାଇଥିଲେ ଶ୍ରୀମତୀ ଷଡ଼ଙ୍ଗୀ।
ଆଜି ସମାନ ଢାଞ୍ଚାରେ ପ୍ରଚାର କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ମନ୍ମଥ ନିତି ସକାଳୁ ଫରେଷ୍ଟ ପାର୍କରେ ଦୈଡ଼ିବା ସହ ବ୍ୟାୟାମ କରିଥା’ନ୍ତି। କିନ୍ତୁ ଆଜି ସେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ମେୟର ସୁଲୋଚନା ଦାସ, ବିଜେଡି ନେତ୍ରୀ ଲୋରା ମହାପାତ୍ରଙ୍କ ସହ ସମର୍ଥକମାନଙ୍କୁ ଧରି ସେଠାକୁ ଯାଇଥିଲେ। ପାର୍କରେ ମୁକ୍ତାକାଶ ବ୍ୟାୟାମସ୍ଥାନରେ ଲୋକଙ୍କ ସହ ବ୍ୟାୟାମ କରିଥିଲେ। ପାର୍କରେ ବୁଲି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ। ଯୁବକମାନଙ୍କ ସହ ବ୍ୟାଡମିଣ୍ଟନ ଖେଳିବା ସହ ଗୀତର ତାଳେ ତାଳେ ନାଚିଥିଲେ। ଛୋଟପିଲାଙ୍କ ସହ ସେଲ୍ଫି ବି ଉଠାଇଥିଲେ। ଅନ୍ୟ ସମୟରେ ନେତାଙ୍କୁ ଭେଟିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ ନେତାଙ୍କ ସହ ଖେଲିବା, ବୁଲିବା ଓ କଥା ହେବା ଭୋଟରଙ୍କୁ ବଡ଼ ଆନନ୍ଦ ଦେଉଛି। ଫରେଷ୍ଟ ପାର୍କ, ଆଇଜି ପାର୍କ ସମେତ ରାଜଧାନୀରେ ଅନ୍ୟ ପାର୍କଗୁଡ଼ିକରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। କେବଳ ପାର୍କ ନୁହେଁ, ଧାର୍ମିକ ସ୍ଥଳମାନଙ୍କରେ ମଧ୍ୟ ନେତାଏ ଦିଅଁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ପ୍ରବଳ ଖରା ହେଉଥିବାରୁ ବିଭିନ୍ନ ସ୍ଥାନରେ ଥଣ୍ଡା ସରବତ ବି ବାଣ୍ଟୁଛନ୍ତି। ଶ୍ରୀଲିଙ୍ଗରାଜ ରୁକୁଣା ରଥ ଗଢ଼ା ହେଉଥିବା ସ୍ଥାନରେ ପହଞ୍ଚି ବିଜେପି ପ୍ରାର୍ଥୀ ବାବୁ ସିଂ ଥଣ୍ଡା ପାନୀୟ ମହାରଣା ସେବାୟତଙ୍କୁ ବାଣ୍ଟିଥିଲେ।
[ad_2]