ରାଜନୀତି

ନିର୍ବାଚନୀ ବଣ୍ଡ୍‌: ଏବେ ଜଣାପଡ଼ିବ କିଏ କାହାକୁ କେତେ ଦେଇଛନ୍ତି – Kalinga News

[ad_1]

ସମସ୍ତ ବିବରଣୀ ଦାଖଲ କଲା ଏସ୍‌ବିଆଇ, ସବୁ ତଥ୍ୟ ଜାରି କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଗୁରୁବାର ନିର୍ବାଚନ କମିସନଙ୍କ ନିକଟରେ ୟୁନିକ୍ ନମ୍ବର ସମେତ ନିର୍ବାଚନୀ ବଣ୍ଡ୍‌ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ନିର୍ବାଚନ କମିସନ ଏହି ନୂଆ ତଥ୍ୟକୁ ନିଜ ୱେବ୍‌ସାଇଟ୍‌ରେ ଆଜି ଉପଲବ୍ଧ କରାଇଛନ୍ତି। ମାର୍ଚ୍ଚ ୧୮ରେ ସର୍ବୋଚ୍ଚ ଅଦାଲତ ଏସ୍‌ବିଆଇକୁ ତା’ ନିକଟରେ ଥିବା ନିର୍ବାଚନୀ ବଣ୍ଡ୍‌ର ସମସ୍ତ ବିବରଣୀ ସମ୍ପୂର୍ଣ୍ଣ ପ୍ରକାଶ କରିବାକୁ କହିଥିଲେ। ଏହାଦ୍ୱାରା ବଣ୍ଡ୍‌ ବିଷୟରେ ପାଞ୍ଚଟି ଜିନିଷ ଜଣାପଡିଛି। ତାହା ହେଲା ବଣ୍ଡ୍‌ କ୍ରେତାଙ୍କ ନାମ, ବଣ୍ଡ୍‌ର ନିର୍ଦ୍ଦିଷ୍ଟ ସଂଖ୍ୟା, ବଣ୍ଡ୍‌କୁ ନଗଦ କରିଥିବା ଦଳର ନାମ, ରାଜନୈତିକ ଦଳର ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଶେଷ ଚାରି ଅଙ୍କ ଏବଂ ନଗଦ ହୋଇଥିବା ବଣ୍ଡ୍‌ ସଂଖ୍ୟା। ଏସ୍‌ବିଆଇ ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛି ଯେ ଏହା ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍‌ର ସମସ୍ତ ବିବରଣୀ ଦାଖଲ କରିଛି। ଏହାପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କ୍ରେତାମାନଙ୍କର ବିବରଣୀ ଏବଂ ଦଳକୁ ମିଳିଥିବା ରାଶିକୁ ପୃଥକ୍‌ ଭାବେ ଦାଖଲ କରିଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମ କୋର୍ଟ। ଆଜି ଏହି ତଥ୍ୟ ପ୍ରକାଶ ପାଇବା ପରେ ଏବେ ଜଣାପଡ଼ିବ କିଏ କେଉଁ ଦଳକୁ କେତେ ଟଙ୍କାର ଚାନ୍ଦା ଦେଇଛି।

ଅନ୍ୟପକ୍ଷରେ ରାଜନୈତିକ ଦଳଗୁଡ଼ିକର ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ କେୱାଇସି ବିବରଣୀ ସାର୍ବଜନୀନ କରାଯାଇ ନାହିଁ। କାରଣ ଏହା ଆକାଉଣ୍ଟର ନିରାପତ୍ତା (ସାଇବର ସୁରକ୍ଷା) ପ୍ରତି ବିପଦ ସୃଷ୍ଟି କରିପାରେ। ସେହିଭଳି ସୁରକ୍ଷା ଦୃଷ୍ଟିରୁ କ୍ରେତାଙ୍କ କେୱାଇସି ବିବରଣୀ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଏହାବ୍ୟତୀତ ସିଷ୍ଟମରେ ଉପଲବ୍ଧ ହୋଇ ନଥିବା ସୂଚନା ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ତେବେ ରାଜନୈତିକ ଦଳଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହା ଜରୁରି ନୁହେଁ ବୋଲି ଏସ୍‌ବିଆଇ ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛି। ବ୍ୟାଙ୍କ ଅଧ୍ୟକ୍ଷ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ ଏବେ କେୱାଇସି ବିବରଣୀ ଏବଂ ସମ୍ପୂର୍ଣ୍ଣ ଆକାଉଣ୍ଟ ନମ୍ବର ବ୍ୟତୀତ ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କରେ ତାଙ୍କ ପାଖରେ ଆଉ କୌଣସି ଅଘୋଷିତ ବିବରଣୀ ନାହିଁ।

ଅଧିକାଂଶ ରାଜନୈତିକ ଦଳ କେବଳ ନଗଦ କରିଥିବା ବଣ୍ଡ୍‌ର ମୂଲ୍ୟ ସମ୍ପର୍କରେ ସମୟାନୁକ୍ରମିକ ବିବରଣୀ ପ୍ରଦାନ କରିଥିବା ବେଳେ ୧୦ଟି ସ୍ୱୀକୃତିପ୍ରାପ୍ତ ଦଳ- ଆପ୍, ଡିଏମ୍ କେ, ଏଆଇଏଡିଏମ୍‌କେ, ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସ୍‌ଡିଏଫ୍), ଜନତା ଦଳ-ସେକ୍ୟୁଲାର (ଜେଡିଏସ୍), ଜମ୍ମୁ-କାଶ୍ମୀର ନ୍ୟାସନାଲ୍ କନ୍‌ଫରେନ୍ସ (ଜେକେଏନ୍‌ସି), ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍‌ଜିପି), ସମାଜବାଦୀ ପାର୍ଟି, ନ୍ୟାସନାଲ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଜନତା ଦଳ (ୟୁନାଇଟେଡ୍) ଦାନରାଶି ସହିତ ଦାତାଙ୍କ ନାମ ଅନ୍ତର୍ଭୁକ୍ତ କରିଛନ୍ତି। ସମାଜବାଦୀ ପାର୍ଟି ଏହାର ଫାଇଲିଂରେ ମୋଟ ୧୦.୮୪ କୋଟି ଟଙ୍କାର ଚାନ୍ଦା ଘୋଷଣା କରିଛି, ଯେଉଁଥିରୁ ୧୦ଟି ବଣ୍ଡ୍‌ର ମୋଟ୍‌ ମୂଲ୍ୟ ୧୦ କୋଟି ଟଙ୍କା ରହିଛି। ଅବଶିଷ୍ଟ ଟଙ୍କା ପାଇଁ ଏସ୍‌କେ ଟ୍ରେଡର୍ସ, ସାନ୍ ବିଭରେଜେସ୍, ଏକେ ଟ୍ରେଡର୍ସ, କେଏସ୍ ଟ୍ରେଡର୍ସ, ବିଜି ଟ୍ରେଡର୍ସ ଓ ଏଏସ୍ ଟ୍ରେଡର୍ସଙ୍କୁ ଦାତା ଭାବେ ତାଲିକାଭୁକ୍ତ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button