ରାଜନୀତି

ମଧ୍ୟ ନିର୍ବାଚନମଣ୍ଡଳୀ: ବିଜେଡିରେ ଛକାପଞ୍ଝା, ଚର୍ଚ୍ଚାକୁ ଆସିଲେଣି ବାଦଲ ମହାନ୍ତି – Kalinga News

[ad_1]

ରଣନୀତି କରୁଛନ୍ତି ଅନନ୍ତ, ବାଇଁଆ-ରୁଦ୍ରଙ୍କ ମିଳିତ ଅଭିଯାନ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଛକାପଞ୍ଝା ଜାରି ରହିଛି। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଅନନ୍ତ ନାରୟଣ ଜେନା(ବୁନୁ) ପୁନର୍ବାର ଟିକେଟ ପାଇଁ ବଡ଼ ଦାବିଦାର ଅଛନ୍ତି। ଅନ୍ୟ ପଟେ ଆଉ ଦୁଇ ଆଶାୟୀ ରୁଦ୍ର ସାମନ୍ତରାୟ ଓ ଅମରେଶ ଜେନା(ବାଇଁଆ) ମିଳିତ ଭାବେ ଅଭିଯାନ ଜାରି ରଖିଛନ୍ତି। ଉଭୟ ଗୋଷ୍ଠୀର ପୋଷ୍ଟରରେ ନିଜ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି ଓ ବିଜେଡି ନିର୍ବାଚନୀ ଚିହ୍ନ ଶଙ୍ଖ ମଧ୍ୟ ରହିଛି। ଏମିତି ପ୍ରଚାର ଚାଲିଛି, ଲାଗୁଛି ଯେମିତି ବିଜେଡି ଦୁଇଫାଳ ହୋଇଯାଇଛି! ବାଇଁଆଙ୍କ ସହ କୌଣସି ବର୍ତ୍ତମାନର ‌କର୍ପୋରେଟର ନାହାନ୍ତି। ବୁନୁ ବର୍ତ୍ତମାନର କର୍ପୋରେଟର ଓ ବିଭିନ୍ନ ସଂଗଠନର ନେତାମାନଙ୍କୁ ଡାକି ନିର୍ବାଚନ ପ୍ରସ୍ତୁତି ଚଳାଇଛନ୍ତି। ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିର ଶୀର୍ଷ ନେତାମାନେ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ ବି କିଛି ସୁଫଳ ଏ ଯାଏ ମିଳିନାହିଁ।

ରଣନୀତି କରୁଛନ୍ତି ଅନନ୍ତ
ବାଇଁଆ-ରୁଦ୍ରଙ୍କ ମିଳିତ ଅଭିଯାନ
ଚର୍ଚ୍ଚାକୁ ଆସିଲେଣି ବାଦଲ ମହାନ୍ତି

ଏଭଳି ସ୍ଥିତିରେ ଉଭୟଙ୍କୁ ବାଦ୍‌ଦେଇ ଦଳ ଅନ୍ୟଜଣଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବତନ ବିଧାୟକ ବିଜୟ ମହାନ୍ତି(ବାଦଲ)ଙ୍କ ନାମ ଏହି ଚର୍ଚ୍ଚାରେ ଶୁଣା ଯାଉଛି। ମଧ୍ୟ ନିର୍ବାଚନମଣ୍ଡଳୀ ଗଠନ ହେଲାପରେ ପ୍ରଥମ ଦୁଇଟି ନିର୍ବାଚନରେ ବାଦଲ ବିଜୟଲାଭ କରିଥିଲେ। ତାଙ୍କର ବସ୍ତି ଅଞ୍ଚଳ ସମେତ ବିଭିନ୍ନ କଲୋନି ଓ ଆବାସିକ ଅଞ୍ଚଳରେ ବେଶ୍‌ ପ୍ରଭାବ ରହିଛି। ୨୦୧୯ରେ ଶେଷ ମୂହୁର୍ତ୍ତରେ ତାଙ୍କ ଟିକେଟ କାଟି ବୁନୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଏବେ ବୁନୁ ଓ ବାଇଁଆଙ୍କ ମଧ୍ୟରେ କଳି ଚରମ ସୀମାରେ ପହଞ୍ଚିଥିବାରୁ ବାଦଲଙ୍କୁ ସାମ୍ନାକୁ ଆଣିବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ମତ‌ ଦେଇଛନ୍ତି। ଏ ନେଇ ଶୀର୍ଷ ମହଲରେ ଆଲୋଚନା ବି ଚାଲିଛି। ଏହା ବାଦ୍ ବିଜେଡି ସାଧାରଣ ସମ୍ପାଦକ ତଥା ତଥା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ‌ଯୋଜନା ଉପଦେଷ୍ଟା ଦୁର୍ଗା ସାମନ୍ତରାୟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଜଣେ ଯୁବ ଚେହେରା ହୋଇଥିବାରୁ ତାଙ୍କୁ ନୂଆପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିବା ପାଇଁ ବିଜେଡିର କିଛି ନେତା ଲବି ଚଳାଇଛନ୍ତି। ଶ୍ରୀମୟୀ ମିଶ୍ରଙ୍କ ନାଁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛି।

ଅନ୍ୟପଟେ ପୂର୍ବତନ କର୍ପୋରେଟର ଓ ପୂର୍ବତନ ‌ମେୟରଙ୍କୁ ଧରି ବାଇଁଆ ପ୍ରଚାର କରୁଛନ୍ତି। ରୁଦ୍ର ଓ ବାଇଁଆଙ୍କ ଭିତରୁ ଯାହାଙ୍କୁ ବି ଟିକେଟ୍‌ ମିଳିଲେ, ଅନ୍ୟଜଣେ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗତକାଲି ବଡ଼ ଧରଣର ସଭା କଲାପରେ ଆଜି ସହିଦନଗରରେ ଉଭୟ ବୈଠକ କରି ଯୁବଗୋଷ୍ଠୀଙ୍କୁ ଏକାଠି କରିଛନ୍ତି। ଖୁବ୍‌ଶୀଘ୍ର ବୁଥ୍‌ସ୍ତରୀୟ କମିଟି ଗଠନ ହେବ ବୋଲି ବାଇଁଆ କହିଛନ୍ତି। ଏଥିପାଇଁ ଉପଯୁକ୍ତ କମିଟି ସଦସ୍ୟ ଚୟନ କରିବା ପାଇଁ ମାନସମନ୍ଥନ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button