ରାଜନୀତି

ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ବି‌ଜେଡ଼ିର ରଣନୀତି, ବଦଳାଇଲାନି ପ୍ରାର୍ଥୀ – Kalinga News

[ad_1]

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ପ୍ରଥମ ଥର ପାଇଁ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିନାହିଁ। ୨୦୧୯ର ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି। ୨୦୦୯ ମସିହାରେ ଏହି ନିର୍ବାଚନମଣ୍ଡଳୀ ଗଠନ ପରେ ବିଜେଡି ପ୍ରତିଥର ପ୍ରାର୍ଥୀ ବଦଳ କରିଥିଲା। ମାତ୍ର ଏଥର ସୁଶାନ୍ତଙ୍କୁ ପୁଣିଥରେ ମଇଦାନକୁ ଛାଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଶ୍ରୀ ରାଉତଙ୍କ ନାମ ଘୋଷଣା କରିବା ପରେ ତାଙ୍କ ସରକାରୀ ବାସଭବନ‌ରେ ସମର୍ଥକଙ୍କ ଭିଡ଼ ଜମିଥିଲା। ନିର୍ବାଚନମଣ୍ଡଳୀର ସମର୍ଥକମାନେ ବାଣ ଫୁଟାଇ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଆଜିମଧ୍ୟ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି।

ସୁଶାନ୍ତଙ୍କ କହିବାନୁଯାୟୀ, ‘‘ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବ୍ୟାପକ ପରିବର୍ତ୍ତନ ହୋଇଛି। ବସ୍ତିର ଚିତ୍ର ବଦଳିଛି। ଗାଁରେ ସହରୀ ସୁବିଧା ହୋଇଛି। ରାସ୍ତାଘାଟ, ଆଲୋକୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ବ୍ରିଜ୍‌ ନିର୍ମାଣ, ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ, ମନ୍ଦିର ଓ ସ୍କୁଲର ରୂପାନ୍ତରୀକରଣ ପରି ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଯାଇଛି। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ତେଣୁ ନିର୍ବାଚନମଣ୍ଡଳୀରେ ଆହୁରି ଉନ୍ନତିମୂଳକ କରିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନିର୍ବାଚନମଣ୍ଡଳୀବାସୀଙ୍କ ଆଶୀର୍ବାଦରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟା କରିବି।’’

୨୦୦୯ରେ ଭାଗିରଥୀ ବଡ଼ଜେନା ବିଜେଡିରୁ ପ୍ରାର୍ଥୀ ହୋଇ ୭୨% ଭୋଟ ପାଇଥିଲେ। ୨୦୧୪ରେ ବିଜେଡି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ସହ ନବାଗତ ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ଦେଇଥିଲା। ସେ ୬୬% ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ୨୦୧୯ରେ ଦଳ ପୁଣିଥରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ସହ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ ଦେଇଥିଲା। ସେ ବିଜେପି ପ୍ରାର୍ଥୀଙ୍କଠାରୁ ୨୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେଡିର ଭୋଟ ହାର ୫୫% ରହିଥିଲା। ସୁଶାନ୍ତଙ୍କ ନେତୃତ୍ବରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାରେ ବିଜେଡି ଉନ୍ନତ ପ୍ରଦର୍ଶନ କରିଛି। ୨୦୨୨ ବିଏମ୍‌ସି ଓ ପଞ୍ଚାୟତ ନିର୍ବାଚନ‌ରେ ତାଙ୍କ ନେତୃତ୍ବରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। ବିଜେପି ପକ୍ଷରୁ ଦୁଇଦିନ ତଳେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ବିଜେଡି ସୁଶାନ୍ତଙ୍କ ନାମ ଘୋଷଣା କରିବା ପରେ ନିର୍ବାଚନମଣ୍ଡଳୀରେ ଲଢ଼େଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏଥର ସୁଶାନ୍ତ ଓ ପ୍ରିୟଦର୍ଶୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି। ଏବେ କେବଳ କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button