ରାଜନୀତି

ଲୋକସଭା ନିର୍ବାଚନ ପରେ ଜମ୍ମୁ-କାଶ୍ମୀର ବିଧାନସଭା ଭୋଟ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଆଜି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ସାଧାରଣ ନିର୍ବାଚନ ପରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ରାଜୀବ କୁମାର କହିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପଡ଼ିବ, ଯାହା ସମଗ୍ର ଦେଶରେ ନିର୍ବାଚନ ଚାଲିଥିବା ସମୟରେ ସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଦଳ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେବା ଉଚିତ ବୋଲି କହୁଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ ଅଲଗା କରାଯିବ।

ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ରୁ ୧୨ ଜଣ ପ୍ରାର୍ଥୀ ରହିବେ, ଅର୍ଥାତ୍ ୧୦୦୦ରୁ ଅଧିକ ପ୍ରାର୍ଥୀ ରହିବେ। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଫୋର୍ସ ଯୋଗାଇ ଦେବାକୁ ପଡ଼ିବ। ଲୋକସଭା ନିର୍ବାଚନ ସମୟରେ ଏହା ସମ୍ଭବ ନୁହେଁ ବୋଲି ସିଇସି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଡିସେମ୍ବର ୨୦୨୩ରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନରେ ସଂଶୋଧନ କରାଯାଇଥିଲା ଏବଂ ସେବେଠାରୁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୨୦୧୯ରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ପାରିତ ହୋଇଥିଲା। ଏପ୍ରିଲ ୧୯ରୁ ମେ ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରର ୫ଟି ସଂସଦୀୟ କ୍ଷେତ୍ରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button