ରାଜନୀତି

କାହା ଝୁଲାକୁ ଯିବ ଆଦିବାସୀ ଭୋଟ: ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ଦଳ – Kalinga News

[ad_1]

ଓଡ଼ିଶାରେ ଛତିଶଗଡ଼ି ନେତାଙ୍କ ଡେରା

ନବରଙ୍ଗପୁର: ତିନି ଦିନ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଏହି ସମୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ହାତରେ ଆଉ କମ୍ ସମୟ ରହିଥିବା ବେଳେ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ପ୍ରତି ବ୍ଲକ୍‌ର ପ୍ରବେଶ ପଥରେ ଗାଡ଼ି ଯାଞ୍ଚ ସହ ଲୋକଙ୍କୁ ପଚରାଉଚରା କରାଯାଉଛି। ପରିଚୟପତ୍ର ମଧ୍ୟ ଦେଖୁଛନ୍ତି। ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ପ୍ରବେଶ ପଥରେ ଯାଞ୍ଚ କରାଯିବା ସହ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି ଓଡ଼ିଶା ପୁଲିସ।

ଗୋଟିଏ ପଟେ ସୁରକ୍ଷିତ ମତଦାନ ପାଇଁ ପ୍ରଶାସନ ଲାଗିଥିବା ବେଳେ ଅନ୍ୟପଟେ ଆଦିବାସୀଙ୍କ ଭୋଟ ହାତେଇବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। କାରଣ ଏହି ୪ଟି ଜିଲ୍ଲାର ଭୋଟ ଆଦିବାସୀଙ୍କ ପାଖରେ ଅଟକିଛି। ସେମାନେ ହିଁ ତାଙ୍କ ନେତା ବାଛିବେ। ଯେଉଁଥିପାଇଁ କେନ୍ଦ୍ର ନେତାଙ୍କ ସମେତ ପଡୋଶୀ ରାଜ୍ୟର ଜଣଙ୍କ ପରେ ଜଣେ ନେତା ଏଠାରେ ଡେରା ପକାଉଛନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ତିନି ଦଳର ହେଭିୱେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭର୍ଚୁଆଲରେ ରହି ରାହୁଲ ଗାନ୍ଧୀ ପ୍ରଚାର କରିସାରିଛନ୍ତି। ଏବେ ମତଦାନକୁ ଅପେକ୍ଷା। ଆଦିବାସୀ କାହାକୁ ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ନବରଙ୍ଗପୁର ଜିଲ୍ଲାରେ ୪ଟି ବିଧାନସଭା କ୍ଷେତ୍ରର ଭୋଟରଙ୍କ ସଂଖ୍ୟା ୮ଲକ୍ଷ ୫୨ ହଜାର। ସେଥିମଧ୍ୟରୁ ପ୍ରାୟ ୬ ଲକ୍ଷ ଭୋଟର କେବଳ ଆଦିବାସୀ ହୋଇଥିବା ବେଳେ ସେଥିରୁ ପ୍ରାୟ ୩ ଲକ୍ଷ ଭୋଟର ଭତରା ସଂପ୍ରଦାୟର। ସେମାନେ ଯେଉଁ ଆଡ଼େ ଢଳିବେ ଭୋଟ ସେହି ଆଡ଼େ ଯିବ ବୋଲି କୁହାଯାଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ୭ ଲକ୍ଷ ଭତରା ସଂପ୍ରଦାୟର ଭୋଟର ରହିଛନ୍ତି। ପରଜା ସଂପ୍ରଦାୟଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ସ୍ଥିତି ଦେଖିଲେ ଉଭୟ ନବରଙ୍ଗପୁର ଓ କୋରାପୁଟ ଲୋକସଭା କ୍ଷେତ୍ରରେ ଆଦିବାସୀମାନେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବା କୁହାଯାଉଛି। ମାଲକାନିଗିରିରେ ମଧ୍ୟ ଆଦିମ ଜନଜାତି ରହିଛନ୍ତି। ଏହି ଜିଲ୍ଲାରେ ବଣ୍ଡା ଜନଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଭୂମିଆ, ପରଜା, ଦିଦାଇ, କନ୍ଧ ଓ ଦୁରୁଆ ସଂପ୍ରଦାୟର ପ୍ରାୟ ଲକ୍ଷେ ଭୋଟର ରହିଛନ୍ତି। ଯେଉଁମାନେ ସାଂସଦ ଓ ବିଧାୟକ ବାଛିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସୂଚନା ଅନୁଯାୟୀ ଜିଲ୍ଲାର କେବଳ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୪ ହଜାର ଭୋଟର ରହିଛନ୍ତି। ସେଥିମଧ୍ୟରୁ ପ୍ରାୟ ୫୦ ହଜାର ଭୂମିଆ ଜନଜାତି, ୪୦ ହଜାର ପରଜା ଜନଜାତିର। ରାୟଗଡା ଜିଲ୍ଲାରେ ଡଙ୍ଗରିଆ, ଝୋଡିଆ, ପରଜା, କନ୍ଧ, ଲାଞ୍ଜିଆ ଓ ସଉରାଙ୍କ ଭଳି ଅନେକ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟ ରହିଛନ୍ତି। ନିୟମଗିରି ପାହାଡରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ସଂଖ୍ୟା ୭ ହଜାରରୁ ଅଧିକ।

ଆଦିବାସୀଙ୍କ ଭୋଟ ‌ହାତେଇବାକୁ ତିନି ରାଜନୈତିକ ଦଳ ଲାଗିପଡ଼ିଛନ୍ତି। ପଡ଼ୋଶୀ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ମାଳ ମାଳ ନେତା ଏବେ ଏହି ୪ ଜିଲ୍ଲାରେ ଡେରା ପକାଇଛନ୍ତି। ସୀମାନ୍ତକୁ ଲାଗିରହିଥିବା ଛତିଶଗଡ଼ ପଞ୍ଚାୟତର ସରପଞ୍ଚମାନେ ଓଡ଼ିଶାକୁ ଆସି ଓଡ଼ିଶାର ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିବା କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ଡଙ୍ଗରୀ ଗାଁ ଲୋକେ କହିଛନ୍ତି। ଛତିଶଗଡ଼ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସମେତ ଆଗଧାଡ଼ିର ଅନ୍ୟ ନେତାମାନେ ମଧ୍ୟ ଡେରା ପକାଇଛନ୍ତି। ବିଜେଡିର ଆଦିବାସୀ ନେତାମାନେ ନବୀନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଭାବେ ଗ୍ରହଣ କରି ଭୋଟରଙ୍କ ନିକଟକୁ ଯାଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button