ରାଜନୀତି

ବିଜେପି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ ଦଳୀୟ କର୍ମୀ – Kalinga News

[ad_1]

ତୁରନ୍ତ ପ୍ରାର୍ଥୀ ପ୍ରତ୍ୟାହାର ନକଲେ ସମୁହ ଇସ୍ତଫା ଦେବାକୁ ଚେତାବନୀ

ଘୁ ଉଦୟଗିରି: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ତିନିଗୋଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ  ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଚୟନ କରାଯାଇଥିବା ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜେପି କର୍ମୀମାନେ  ବିରୋଧ କରୁଥିବା ଦେଖିବାକୁ ମିଳିଛି। ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ଟିକଟ ପାଇଥିବା ବେଳେ ତାଙ୍କୁ ମଧ୍ୟ ଖୋଲାଖୋଲି ନିଜ ଦଳର ନେତା କର୍ମୀ ଏବଂ ବିଭିନ୍ନ ପଦ ପଦବgରେ ଥିବା କାର୍ଯ୍ୟକର୍ତାମାନେ ବିରୋଧ କରୁଥିବା ବେଳେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ଭାବରେ ମାନଗୋବିନ୍ଦ ପ୍ରଧାନ ଟିକଟ ଘୋଷଣା ପରେ ପ୍ରବଳ ବିରୋଧ ଆରମ୍ଭ ହୋଇଯାଇଛି।ଖାଲି ବରୋଧ ନୁହଁ ତାଙ୍କ ବିରୋଧରେ ମାଳ ମାଳ ଦୁର୍ନୀତି ଅଭିଯୋଗ ଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳର ନେତା କର୍ମୀ।

ତେବେ ଦୁଇ ଜଣ ବିଜେପି ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ସେପଟେ ଫୁଲବାଣୀଠାରେ ଲୋକସଭା ଆସନ ନିମନ୍ତେ ମନୋନୀତ ପ୍ରାର୍ଥୀଙ୍କୁ ବିରୋଧ କରୁଥିବା ବେଳେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥିଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ବିଜେପି ପକ୍ଷରୁ ମାନଗୋବିନ୍ଦ ପ୍ରଧାନଙ୍କୁ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିଥିବା ବେଳେ ଏହାକୁ ଦଳ ପକ୍ଷରୁ ବିରୋଧ କରୁଥିବା ଦେଖିବକୁ ମିଳିଛି। ମାନଗୋବିନ୍ଦ ପ୍ରଧାନ ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ପ୍ରତିଦ୍ବନ୍ଦୀ କରିବା ପାଇଁ ସୁଯୋଗ ପାଇଥିଲେ କିନ୍ତୁ ତୃତୀୟ ସ୍ଥାନରେ ରହି ୨୭୨୯୫ ଟି ଭୋଟ ପାଇଥିଲେ। ୧୦୧୯ ସାଧାରଣ ନିର୍ବାଚନ ସମୟରେ ଅର୍ଚ୍ଚନା ପ୍ରଧାନଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଥିଲା ଓ ସେ ମଧ୍ୟ ୩୫୯୯୮ ଟି ଭୋଟ ପାଇ ଦ୍ଵିତୀୟରେ ରହିଥିଲେ।

ତେବେ ବର୍ତ୍ତମାନ ପୁଣି ଦଳ ମାନଗୋବିନ୍ଦ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେଇଛି। ସେପଟେ ସ୍ଥାନୀୟ ବିଜେପି ଦଳର କର୍ମୀମାନେ ରାଜ୍ୟ ବିଜେପି ଦଳ ପ୍ରାର୍ଥୀ ଚୟନ କରିଥିବା ମାନଗୋବିନ୍ଦ ପ୍ରଧାନଙ୍କ ଉପରେ ସନ୍ତୁଷ୍ଟ ନ ଥିବା ଓ ସେ ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଇ ବିଜେପିର ଦଳୀୟ ନେତା କର୍ମୀ ରାଇକିଆ ବ୍ଳକ ଅନ୍ତର୍ଗତ ମଣ୍ଡାକିଆ ଠାରେ ଏକ ବୈଠକ ଆୟୋଜନ କରି ଅସନ୍ତୋଷ ବ୍ୟକ୍ତ କରିବା ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳ ଅନ୍ୟ ଜଣକୁ ପ୍ରାର୍ଥୀ କରନ୍ତୁ ଓ ଏହି ମାନଗୋବିନ୍ଦ ପ୍ରଧାନଙ୍କୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ରଖିଛି।

ମଣ୍ଡାକିଆ ଠାରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଏସ ଟି ମୋର୍ଚ୍ଚାର ଉପସଭାପତି ଜୟଚନ୍ଦ୍ର ପଡ଼୍ରା ସମେତ ଅନ୍ୟମାନେ ସୂଚନା ଦେଇଛନ୍ତି। ସେମାନଙ୍କର ଅଭିଯୋଗ ହେଲା  ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି, ଯେପରିକି କେନ୍ଦ୍ର ସରକାରଙ୍କ ସୁବିଧା ଗୁଡ଼ିକ ମୁ କରେଇଦେବି ବୋଲି କହି ହଜାର ହଜାର ଟଙ୍କା ସାଧାରଣ ଲୋକଙ୍କ ଠାରୁ ଲୁଟ କରିଛନ୍ତି, ସେ ନିଜର ଅମାନତ ହରାଇଛନ୍ତି, ବୋଲି ଅଭିଯୋଗ କରିବା ସହିତ ଦଳ ଅନ୍ୟ ଜଣକୁ ପାର୍ଥି କରନ୍ତୁ ଯେଉଁମାନେ ଆଶାୟୀ ଥିଲେ। ତେଣୁ ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ ତାଙ୍କର ଦଳୀୟ ଟିକେଟ ପ୍ରତ୍ୟାହାର କରି ଅନ୍ୟ ଜଣଙ୍କୁ ଦିଅନ୍ତୁ ନତୁବା ଆମେ ସମୁହ ଇସ୍ତଫା ଦେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିଜେଡି ବିରୁଦ୍ଧରେ ବିଜେପି ଦଳ ସାଧାରଣ ନିର୍ବାଚନ ରେ ଲଢ଼ିବା ବଦଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ନିଜ ଦଳର ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖାଦେବା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଚଳିତ ନିର୍ବାଚନ ରେ ବିଜେପି କେମିତି ନିର୍ବାଚନ ରଣାଙ୍ଗନରେ ନିଜର ପ୍ରତିଭା ପ୍ରତିପାଦନ କରୁଛି ଦେଖିବାକୁ ବାକି ରହିଲା।ବିକଶିତ ଭାରତ ର ନାରାଦେଇ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ଦଳୀୟ କନ୍ଦଳ ଭିତରେ କେତେ ବିକାଶ କରୁଛି ସାଧାରଣ ଭୋଟର ଦେଖୁବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button