ଖେଳ ଖବର

ଫିଫା ମାନ୍ୟତାରେ ଭାରତ ଖସିଲା – Kalinga News

[ad_1]

ନୂଆଦିଲ୍ଲୀ: ଫିଫା ମାନ୍ୟତାରେ ଭାରତୀୟ ପୁରୁଷ ଫୁଟ୍‌ବଲ୍‌ ଦଳର ଅବନତି ଘଟିଛି। ଭାରତୀୟ ଦଳ ୪ ସ୍ଥାନ ତଳକୁ ଖସି ୧୨୧ତମ ସ୍ଥାନରେ ରହିଛି। ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଆଫଗାନିସ୍ଥାନଠୁ ୧-୨ ଗୋଲ୍‌ରେ ପରାଜିତ ହେବା ପରେ ଭାରତର ଏଭଳି ଅବନତି ହୋଇଛି। ପ୍ରଶିକ୍ଷକ ଇଗୋର ଷ୍ଟିମାକ୍‌ଙ୍କ ଅଧୀନରେ ଭାରତୀୟ ଦଳ ଗତବର୍ଷ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲା। ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌, ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା, ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଉନ୍ନତ ପ୍ରଦର୍ଶନ କରି ଭାରତ ଏଭଳି ବଡ଼ ସଫଳତା ପାଇଥିଲା। ଏଏଫ୍‌ସି ଏସିଆ କପ୍‌ରେ ଅଷ୍ଟ୍ରେଲିଆ, ଉଜ୍‌ବେକିସ୍ତାନ ଓ ସିରିଆଠୁ ପରାଜିତ ହୋଇ ଭାରତ ଗ୍ରୁପ୍‌ର ନିମ୍ନରେ ରହିଥିଲା। ଯେଉଁଥିପାଇଁ ଦଳର ମାନ୍ୟତା ୧୧୭କୁ ଖସିଆସିଥିଲା। ପରେ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଆଫଗାନିସ୍ତାନ ସହିତ ‌ଗୋଲ୍‌ଶୂନ୍ୟ ରଖିବା ପରେ ଘରୋଇ ମ୍ୟାଚ୍‌ରେ ଏହି ଦଳଠୁ ପରାଜିତ ହୋଇଥିଲା। ଫିଫା ମାନ୍ୟତାରେ ବିଶ୍ବକପ୍‌ ବିଜେତା ଆର୍ଜେଣ୍ଟିନା ଶୀର୍ଷରେ ଥିବା ବେଳେ ଫ୍ରାନ୍ସ, ଇଂଲଣ୍ଡ, ବେଲଜିୟମ୍‌, ବ୍ରାଜିଲ୍‌ ଶୀର୍ଷ ୫ ମଧ୍ୟରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button