ସମ୍ବଲପୁର ବିଧାନସଭା: ବିଜେଡି ପ୍ରାର୍ଥିତ୍ବ ପାଇଁ ଲଢ଼େଇ ଜାରି – Kalinga News

[ad_1]
ସମ୍ବଲପୁର: ଆଜି ପୁଣି ଅସନ୍ତୋଷ ଜାହିର୍ କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସଙ୍କ ସମର୍ଥକ। ଏଥିସହିତ, ସିଦ୍ଧାର୍ଥଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ ନିମନ୍ତେ ଦାବି କରିଛନ୍ତି। ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଅଇଁଠାପାଲିସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବହୁସଂଖ୍ୟାରେ ବିଜେଡି କର୍ମୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ସିଦ୍ଧାର୍ଥଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଆଜି ପୂର୍ବାହ୍ନରେ ପୁଣିଥରେ ଏହାର ପୁନରାବୃତ୍ତି ଘଟିଥିଲା। ଦଳୀୟ କର୍ମୀ ଓ ସମର୍ଥକ ଏକାଠି ହୋଇ ପୁଣିଥରେ ସିଦ୍ଧାର୍ଥଙ୍କ ସପକ୍ଷରେ ଦାବି ଉପସ୍ଥାପନ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଣିଥରେ ଅସନ୍ତୋଷ ଜାହିର୍ କଲେ ସିଦ୍ଧାର୍ଥ ଦାସଙ୍କ ସମର୍ଥକ
ରାସେଶ୍ବରୀଙ୍କ ସମର୍ଥକ ବି ଏକାଠି ହେଲେ
ରାଜଧାନୀରେ ରୋହିତ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ
ତେବେ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରାଯାଇଥିବାରୁ ସେମାନେ ସ୍ୱାଗତ କରିଛନ୍ତି।
ଅପରପକ୍ଷରେ ଆଜି ସନ୍ଧ୍ୟାରେ ପୁଣି ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସଭବନରେ ତାଙ୍କ ସମର୍ଥକ ଏକାଠି ହୋଇଥିବା ଜଣାପଡ଼ିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ରୋହିତ ତାଙ୍କ ଦାବି ଉପସ୍ଥାପନ କରିବା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ବବିଙ୍କ ଉପସ୍ଥିତିରେ ଏହାର ତୀବ୍ର ବିରୋଧ କରିଥିଲେ। ଏପଟେ ରୋହିତଙ୍କ ସମର୍ଥକମାନେ ଗତକାଲି ପୁଣି ରାଜଧାନୀ ଯାଇ ଶକ୍ତି ପ୍ରଦର୍ଶନ କରିଥିବା ଜଣାପଡ଼ିଛି।
[ad_2]