ରାଜନୀତି

ମୁଁ ଆଣିଥିବା ଦୁର୍ନୀତି ଅଭିଯୋଗରେ କରିଛ କ’ଣ : ମୋଦୀଙ୍କୁ ସତ୍ୟପାଲ ମଲିକଙ୍କ ପ୍ରଶ୍ନ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ନିର୍ବାଚନ ରାଲିରେ କହିଥିଲେ ଦୁର୍ନୀତି ବିରୋଧରେ ଆମ ସରକାରଙ୍କ ଅଭିଯାନ ବନ୍ଦ ହେବ ନାହିଁ। ଏହା ଲଗାତାର ଜାରି ରହିବ। ଦୁର୍ନୀତି କରିଥିବା ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି ଆମର ଅଭିଯାନରେ କୌଣସି ଅନିୟମିତତା ହେବ ନାହିଁ।
ଯାହା ଲୁଟାଯାଇଛି ତାକୁ ଫେରାଇବାକୁ ହେବ। ମୋଦୀଙ୍କ ଏହି ମନ୍ତବ୍ୟ ନେଇ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ ପ୍ରଶ୍ନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିଜେପି ସରକାରଙ୍କ କଡ଼ା ସମାଲୋଚକ ଥିବା ସତ୍ୟପାଲ ପ୍ରଶ୍ନ କରିଛନ୍ତି, ମୁଁ ଯେଉଁମାନଙ୍କ ବିରୋଧରେ ଦୂର୍ନୀତି ଅଭିଯୋଗ ଆଣିଥିଲି ସେମାନଙ୍କ ବିରୋଧରେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାର ସୂଚନା ପ୍ରଧାନମନ୍ତ୍ରୀ ଦେବେ କି ? ଏପରି ମନ୍ତବ୍ୟ ପ୍ରଦାନ କରି ସତ୍ୟପାଲ ପୁଣି ମୋଦୀଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ସତ୍ୟପାଲ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ଦରେ କହିଛନ୍ତି, ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ୍ୟ ମୋଦୀ ଜୀ, କିନ୍ତୁ ମୁଁ ଦୁର୍ନୀତି ନେଇ ଯେଉଁ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଅଭିଯୋଗ କରିଥିଲି ସେମାନେ ସମସ୍ତେ ଆପଣଙ୍କ ଦଳରେ ଅଛନ୍ତି। ସେମାନଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଭଳି କାହିଁକି କରାଯାଉଛି ତାହାର ଉତ୍ତର ଆପଣ ଦିଅନ୍ତୁ ବୋଲି ସତ୍ୟପାଲ କହିଛନ୍ତି।

ସର୍ବାଧିକ ଦୁର୍ନୀତିଗ୍ରସ୍ତ ଲୋକେ ଆଜି ବିଜେପି ସହିତ ଅଛନ୍ତି। ଏଭଳି ଲୋକଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ନିୟୋଜିତ କରି ସମ୍ମାନୀତ କରୁଛି। ଏହା କେତେ ଦୂର ଯୁକ୍ତିଯୁକ୍ତ ତାହାର ଉତ୍ତର ଦିଅନ୍ତୁ।
ବିଜେପିରେ ଥିବା ଲୋକେ ଆଜି ଦେଶକୁ ଲୁଟି ଚାଲିଛନ୍ତି। ସେମାନେ କୋଟି କୋଟି ଟଙ୍କାର ହେରଫେରରେ ଜଡ଼ିତ ଅଛନ୍ତି। କିନ୍ତୁ ସେମାନଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ବୋଲି ସତ୍ୟପାଲ ପ୍ରଶ୍ନ କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଲୋକସଭା ଏବଂ ରାଜ୍ୟସଭା ଟିକେଟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button